ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ :୫ ମାସର ହୋଇଛନ୍ତି ଗର୍ଭବତୀ! 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ପୋକ୍ସୋ ଆଇନରେ ମାମଲା ନଂ.୮/୨୪ ରେ ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣଙ୍କୁ ତାଙ୍କ ସହପାଠୀ ବଳାତ୍କାର କରିଥିବା ଓ ଏନେଇ କାହାରିକୁ ନ କହିବା ପାଇଁ ବିଭିନ୍ନ ପ୍ରକାର ଧମକ ଚମକ ମଧ୍ୟ ଦେଇଥିଲେ। ଫଳରେ ଛାତ୍ରୀ ଜଣକ ଘରେ କିମ୍ବା ଅନ୍ୟ ସହପାଠୀଙ୍କୁ କହିବାକୁ ଭୟ କରିଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରିବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ପୋଲିସ କହିଛି। ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ସିଡିପିଓ ଅଞ୍ଜଳି ମହାପାତ୍ର କହିଛନ୍ତି, ପରିବାର ଓ ସେ ମିଶି ଦାରିଙ୍ଗବାଡ଼ି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ସେ ମଧ୍ୟ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇବା ସହ ନିଜେ ମଧ୍ୟ ଘଟଣାର ତଦନ୍ତ କରୁଥିବା ବିଷୟ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.