ସୁଜନ ନାଗ ଫୁଟବଲରେ ଫାଇନାଲକୁ ଗଲା ବୀରମହାରାଜପୁର ସିସିଏଫ୍ଏ ଦଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ଦ୍ୱତୀୟ ସେମିଫାଇନାଲ ରେ ଆଜି ସିସିଏଫ୍ଏ ବୀରମହାରାଜପୁର ବନାମ ରିଜୁଲ ତରଭା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ ରେ ସିସିଏଫ୍ଏ ବୀରମହରାଜପୁର ୫-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ବେଷ୍ଟ ଗୋଲ କିପର ଶ୍ରାବଣ ତନ୍ତୀ, ବେଷ୍ଟ ଡିଫେନ୍ସ ଦୀପକ କଁହର, ବେଷ୍ଟ ଉଇଙ୍ଗର ଫ୍ଲାମିଙ୍ଗ ରାହୁଲ, ବେଷ୍ଟ ମିଡ୍ ଫିଲ୍ଡ ପଠାନ ଡାଙ୍ଗ ଓ ମେନ ଅଫ ଦ ମ୍ୟାଚ୍ ଭାବେ ରିଜୁଲ ଆର୍ଟିକା ଅତିଥି ଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଆଜିକାର ଏହି ଖେଳରେ ସମାଜସେବୀ ଆକବର ଖାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ କ୍ରୀଡା ବିତ୍ ହରିହର ପଟ୍ଟନାୟକ, ଅନିଲ ଭୋଇନା, ଆଇନଜିବୀ ନନ୍ଦକିଶୋର ତ୍ରିପାଠୀ, ରାଜୀବ ଲୋଚନ ପଟ୍ଟନାୟକ ରମଣ ପଧାନ, ଅମିତ ସାହୁ ଏବଂ ଆୟୋଜକ କମିଟିର ଅଧ୍ୟକ୍ଷ ଜଳନ୍ଧର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରି ଥିଲେ। ଆଜିର ଖେଳକୁ ଜିତେନ୍ଦ୍ର ଥନାପତି ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ସେଠି, ଜଗତ ଜଗଦଲା ଲାଇନ୍ସମେନ ଭାବରେ ସହଯୋଗ କରିଥିଲେ। ଚତୁର୍ଥ ରେଫରୀ ଭାବରେ ରାଜେଶ ଥନାପତି ଏବଂ ଚିକୁ ବଡପଣ୍ଡା ମ୍ୟାଚ କମିଶନର ଭାବରେ ଦାଇତ୍ୱ ତୁଲାଇ ଥିଲେ। ପ୍ରକାଶ କୁମ୍ଭାର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ। ଖଗେଶ୍ୱର ତାଣ୍ଡି , ଜନ୍ମେଜୟ ନାଗ, ଦୀପକ, ନେଉଳ, ରବି, ନଟ, ଭୁର୍ଷୁବ ଉପେନ୍ଦ୍ର ସୁନା ଏବଂ ନୀଳକଣ୍ଠ କୁମ୍ଭାର ପ୍ରମୁଖ ସହଯୋଗ କରି ଥିଲେ। ରବିବାର ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର କଳାପଥର ବନାମ ସିସିଏଫ୍ଏ ବୀରମହାରାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଶ୍ରୀ ନାଗ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.