ରଥ ଯାତ୍ରା ପ୍ରସ୍ତୁତି ବୈଠକ : ନିର୍ମାଣ ହେବ ୫ ରଥ

ସୋନପୁର,୧୩/୬ : ସୁବର୍ଣ୍ଣୁରର ରଥଯାତ୍ରା ପାଇଁ ଏକ ଗୁରୁତ୍ୱୂର୍ଣ୍ଣ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲାରେ ପୁର୍ବରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଶ୍ରୀଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ମଝିଡା (ହାତୀଶାଳ)ରୁ ବାହାରି ମୁଖ୍ୟରାସ୍ତା ଦେ ଗୁଣ୍ଡିଚା ମନ୍ଦିର ଯିବେ । ସେହିପରି ଘୋଡାଘାଟପଡାର ଦଧିବାମନଜୀଉ ମହାପ୍ରଭୁ କଇଥତଳ ଛକରୁ ବାହାରି ମଝି ପଡା ମାଉସୀ ମନ୍ଦିରରେ ଅବସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ବୈଠକରେ ଉପସ୍ଥିତ ସମସ୍ତ ସେବାୟତ, ଯାତ୍ରା ପରିଚାଳନା କମିଟି ସହ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ସହରରେ ସମୁଦାୟ ୫ଟି ରଥ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବଡ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ପାଇଁ ତିନୋଟି ସ୍ୱତନ୍ତ୍ର ରଥ ନିର୍ମାଣ ସହ ଶ୍ରୀ ବୃନ୍ଦବାନ ବିହାରୀ ଓ ଶ୍ରୀଦଧିବାମନଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ରଥ ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଚଳିତ ବର୍ଷ ରଥଯାତ୍ରାର ବ୍ୟୟ ଅଟକଳ ୩ ଲକ୍ଷ ୮୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଆସନ୍ତା ୪ରେ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରା, ୫ରେ ରଥଟଣା ହୋଇ ମାଉସୀ ମନ୍ଦିର ବିଜେ, ୮ରେ ହେରା ପଞ୍ଚମୀ, ୧୨ରେ ବାହୁଡା ଯାତ୍ରା, ଛେରା ପହଁରା ସହ ଦଧିବାମନ ମହାପ୍ରଭୁ ମଝି ଡାରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ, ୧୩ରେ ଦୁର୍ଗାମଣ୍ଡପ ଓ ନୂଆଁଡାରେ ଅବତାର ଧାରଣ, ୧୪ରେ ରଥଟଣା ହୋଇ ମଝିଡାରେ ଅବତାର ଧାରଣ ପରେ ୧୫ରେ ରଥଟଣା ହୋଇ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ
କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକରେ ରଥଯାତ୍ରାର ସୁଆୟୋଜନ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରଥ ନିର୍ମାଣ, ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରା ନୀତି, ରଥଟଣା କାର୍ଯ୍ୟ, ଦଶ ଅବତାର, ହେରା ପଞ୍ଚମୀ, ବାହୁଡା ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ଠାକୁର ମାନଙ୍କ ଟାହିଆ ନିର୍ମାଣ, ଆଇନ ଶୃଙ୍ଖଳା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା ସହ ଠାକୁର ମାନଙ୍କ ଯାତ୍ରାର ପ୍ରଚାର ପ୍ରସାର ଉପରେ ବିଶଦ ଆଲୋଚନା ହୋଇଥିଲା । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ପାଣିଗ୍ରାହୀ, ଉପ ଜିଲାପାଳ ତଥା ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକ, ଜିଲାଡାକ୍ତରଖାନା ଅଧିକ୍ଷକ ଡ.ପ୍ରଦୀପ କୁମାର ଗୁରୁ, ରଥଯାତ୍ରା କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ଛେରା ପହଁରା ସେବାୟତ ବାଲାଜୀ ବିଭୁରଞ୍ଜନ ତରାସିଆ, ରାମଶଙ୍କର ଭୋଇ, ରଥଯାତ୍ରା କମିଟିର ମିଲନ କୁମାର ମିଶ୍ର, ବେଣୁ ନାଏକ, ସେବାୟତ ଜଗଦାନନ୍ଦ ମିଶ୍ର, ସୁମିତ ପୂଝାରୀ, ବ୍ରଜଶ୍ୟାମ ପାଣିଗ୍ରାହୀ, ବିଧାନ ଚନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ତରିଆ, ଦେବରାଜ ମହାଲିକ, ସଚିଦାନନ୍ଦ ଦାସ, ବ୍ରଜକିଶୋର ନାଏକ, ଅଶୋକ ଦର୍ଜି, ପୁରୁଷୋତ୍ତମ ପାଣିଗ୍ରାହୀ, ବାଗଚି ମହାରଣା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସାହୁ, ପୌର ନିର୍ବାହୀ ଅଧିକାରୀ ଜଗଦିଶ ଚନ୍ଦ୍ର ମହାନନ୍ଦ ପ୍ରମୁଖଙ୍କ ସହ ରଥଯାତ୍ରା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Pearl dental clinic
Near Ashish Medical Store, Bhawanipatna

Like us on Facebook👇

Udyog Nursery
Udyogi Nursery

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.