ମେଗାଲିଫ୍ଟ କେନାଲରୁ ଜଳସେଚନ ନିମନ୍ତେ ଚାଷୀଙ୍କ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଏଁଲାଜୋର ଡିଏମ୍-୧୩ଏ କେନାଲ ନିକଟ ଚାଷଜମି ହୋଇଥିଲେ ମଧ୍ୟ ଅଏଁଲାଜୋର ଗ୍ରାମର ଚାଷୀ ଜଳସେଚନରୁ ବଞ୍ଚିତ ହେଉଛନ୍ତି।ଏଣୁ ଆଜି ଚାଷୀମାନେ ଏକତ୍ରିତ ହୋଇ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଉଠା କେନାଲ ବିଭାଜନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ସାହୁଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଡିଏମ୍-୧୩ ଏ କେନାଲ ନିକଟର ଅଣ ଜଳସେଚିତ ଚାଷୀଙ୍କ ଜମିରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ କ୍ଷୀରୋଦ କୁମାର ଗୋପାଲ, ହୃଷୀକେଶ ସାହୁ, ଭାସ୍କର ଭଇଁସାଲ, ପ୍ରେମଲାଲ ଭଇଁସାଲ, ଲୋକେଶ୍ୱର ଗୋପାଲ, ଅନ୍ତ ପୁଞ୍ଜି, ଘାସିରାମ ଭଇଁସାଲ, କୁରୁକ୍ଷେତ୍ର ଗହିର, ଟିକେଶ୍ୱର ଭଇଁସାଲ, ଗଜପତି ନାଗ, ଗୁଣଧର ଚଣ୍ଡି, ଦୟ ମାଝୀ, ଗୁଣଧର ବାଗ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ଏନେଇ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଯଦି ସେମାନଙ୍କ ଚାଷଜମି ମେଗାଲିଫ୍ଟ ଆଇକଟ ଏରିଆ ଭିତରେ ରହିଛି ତା’ହେଲେ କ୍ଷେତ୍ର ପରିଦର୍ଶନ ପରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତିି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.