ମଣ୍ଡିରୁ ଧାନ ଉଠାଇବା ଦାବିରେ କୁଟ୍ରୁଛକ ଠାରେ ଚାଷିଙ୍କ ରାସ୍ତା ଅବରୋଧ

କଳମପୁର /କୋକସରା-୧୩/୬, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ କୁଟ୍ରୁ ପ୍ୟାକ୍ସର ଚାଷି ମାନେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଗୁରୁବାର ସକାଲୁ ଜୟପାଟଣା- ମୋଟେର ମୂଖ୍ୟ ରାସ୍ତା ଅବରୋଧ କରିଥିଲେ । ସୂଚନାମତେ, ବଡକୁଟ୍ରୁ ମଣ୍ଡିରେ ପ୍ରଚୁର ପରିମାଣରେ କଟନି ଛଟନି ଓ ଅଖାବସ୍ତା ଅଭାବ ସାଙ୍ଗକୁ ମଣ୍ଡିରେ ମିଲର୍ସ, ଏଜେଣ୍ଟ ମାନଙ୍କ ମର୍ଜିରେ ଧାନ କିଣା ଚାଲିଥିବା ବେଲେ ଧାନ ମଣ୍ଡିରୁ ଧାନ ଉଠାଣରେ ମିଲର୍ସ ମାନେ ଟାଳଟୁଳ ନିତି ସହ ଧାନ ଉଠାଣ କରୁନଥିବା ଓ ମିଲର୍ସ ମାନଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ମାନେ ଚାଷି ମାନଙ୍କୁ ହଇରାଣ କରୁଥିବା ଯୋଗୁଁ ଚାଷିଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷେ ସ୍ଥାନୀୟ ଏଜେଣ୍ଟ କୁ ହଟାଇବା ସହିତ କୁଟ୍ରୁ ପ୍ୟାଷ୍କରେ ନିୟୋଜିତ ଥିବା ଏଜେଣ୍ଟ ପବନ ଅଗ୍ରୱାଲଙ୍କୁ ଏହି ପ୍ୟାଷ୍କରୁ ବହିଷ୍କାର କରାଯିବା ପାଇଁ ଚାଷି ମାନେ ହାତରେ ଫ୍ଲା କାର୍ଡ ଧରି ମୁଖ୍ୟରାସ୍ତା ଉପରେ ଧାନବସ୍ତା ରଖି ଅବରୋଧ କରିଥିଲେ । ଚାଷି ମାନଙ୍କ ସହିତ ପ୍ୟାକ୍ସ ସଂପାଦକ ପ୍ରଦିପ କୁମାର ପଣ୍ଡା ଦିର୍ଘ ସମୟ ଧରି ଆଲୋଚନା କରିଥିବା ବେଲେ କୌଣସି ସମାଧାନ ହୋଇନଥିଲା ତେଣୁ ଚାଷିମାନେ ନିଜଜିଦି ସହ ଅଡିବସିଥିଲେ । ଖବର ପାଇ ଧର୍ମଗଡ ସହକାରୀ ଯୋଗାଣ ନିରିକ୍ଷକ ପ୍ରଫୁଲ ଦାସ ପହଂଚି ଚାଷି ମାନଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଦିର୍ଘ ସମୟ ଧରୀ ରାସ୍ତା ଅବରୋଧ ହେବା ଫଳରେ ମୋଟେର- ଜୟପାଟଣା ମୂଖ୍ୟ ରାସ୍ତାରେ ଯାନବାହାନ ଚଲାଚଲ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଯାତ୍ରି ମାନେ ନାହିଁ ନଥିବା ଅସୁବିଧର ସମ୍ମୁଖିନ ହୋଇଥିଲେ । ରାସ୍ତା ଅବରୋଧ ହଟିବା ପରେ ଯାନବାହାନ ଚଲାଚଲ ସ୍ୱାଭାବିକ ହୋଇଥିଲା ।

Udyog Nursery
Udyogi Nursery

ଚାଷି ମାନଙ୍କ ମଧ୍ୟରେ ଶୁନିଲ ପାଟ୍ଟଯୋଷୀ, ବିଷ୍ଣୁ ପାଟ୍ଟଯୋଷୀ, ତରୁଣ ମାଝି, ବନବିହାରୀ ମାଝୀ, ଗଣପତି ମାଝୀ, ଦଶରଥ ନାଗ, ଦିଲିପ ନାଗ ଧିରେନ୍ଦ୍ର ମିତ୍ର, ଭାବନି ଶଙ୍କର ସାହୁ, ବିମ୍ବାଧର ପାଟ୍ଟଯୋଷୀ ପ୍ରମୂଖ ଚାଷୀ ରାସ୍ତା ଅବରୋଧରେ ସମିଲଥିଲେ । ଏନେଇ ଧର୍ମଗଡ ସହକାରୀ ଯୋଗାଣ ନିରିକ୍ଷକ ପ୍ରଫୁଲ ଦାସଙ୍କୁ ପଚାରିବାରୁ କାଲି ତାଙ୍କର ଧାନ ଉଠିନ ଥିଲା ତେଣୁ ତାଙ୍କ ପ୍ରଥମ ଡିମାଣ୍ଡ ଥିଲା ଧାନ ପ୍ରତିଦିନ ଉଠିବା ଦରକାର, ସେ ଯେଉଁ ପବନ ଅଗ୍ରୱାଲ ଅଛନ୍ତି ସେ ଠିକାର ଏଜେଣ୍ଟ ନୁହଁନ୍ତି ସେ ଲୋକଙ୍କୁ ଗାଇଡ କରୁଛନ୍ତି ତେଣୁ ମୁ ପ୍ରତିଶ୍ରୁତି ଦେଇଛି ତାର କୌଣସି ଏହି ପ୍ୟାକ୍ସରେ ଭୂମିକା ରହିବ ନାହିଁ, ଆଉ ବୁଧବାର ଟାଗେର୍ଟ ନଥିଲା କାଲିଠାରୁ ଧାନ ଉଠିବ ବୋଲି କହିଥିଲେ ।

କଳମପୁର ବ୍ଲକରୁ ହିରଣ୍ୟ ବେହେରା ଙ୍କ ସହ ତୁଲାରାମ ବେହେରା ଙ୍କ ରିପୋର୍ଟ odiabarta.In

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.