ମା ଶାରଦା ବିଦ୍ୟାପୀଠର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତରେ ଥିବା ମା ଶାରଦା ବିଦ୍ୟାପୀଠର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଅଧକ୍ଷ କମଳ ଲୋଚନ ମହାପାତ୍ରଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଯୋଗ ଦେଇଥିଲା ବେଳେ, ସାମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାମାଲି ଦାସ, ସମିତି ସଭ୍ୟ ଜଗନ୍ନାଥ ପାତ୍ର, ସ୍କୁଲର ସଭାପତି ନୀଳ ମହାପାତ୍ର, ପଞ୍ଚାୟତ ପିଈଓ କେ ବାଲ୍ୟା ପ୍ରମୁଖ ମଞ୍ଚାସିନ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭା ଆରମ୍ଭରେ ଅଧକ୍ଷ ସ୍ୱାମୀ ବିବେକାନନ୍ଦଙ୍କ ଗୁରୁମା ମା ଶାରଦାଙ୍କ ଏହି ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ଶିକ୍ଷା କ୍ଷେତ୍ରରେ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ କିପରି ଏକ ବୈପ୍ଲ ବିକ ପରିବର୍ତ୍ତନ ଆଣିବେ ସେହି ଲକ୍ଷରେ ଏହା ଆରମ୍ଭ କରିଥିଲେ | ଏବଂ ଦୂର ଦୁରାନ୍ତ ରୁ ଆସି ପଢିବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କ ନିମନ୍ତେ ଏକ ଛାତ୍ରାଵାସ ର ବ୍ୟବସ୍ତାହୋଇ ଥିଲା ବେଳେଏଥିରେ ୬୨ ଜଣ ରହି ପାଠ ପଢୁଛନ୍ତି | ଏହି ବିଦ୍ୟପୀଠ ରେ ପ୍ରଥମ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଥିଲାବେଳେ, ଏଥିରେ ୨୮୫ ଜଣ ଛାତ୍ର, ଛାତ୍ରୀ ଅଧ୍ୟୟନ କରୁଛନ୍ତି | ଗ୍ରାମବାସୀ ମାନଙ୍କ ସହଯୋଗ ଯୋଗୁଁ ଅଧକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Udyog Nursery
Udyogi Nursery

ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଆଜିର ଶିଶୁ କାଲିର ଭବିଷ୍ୟତ, ଏବଂ ସେମାନଙ୍କ ଯୋଗୁଁ ଆମ ଗ୍ରାମ, ବ୍ଲକ, ଜିଲ୍ଲା, ରାଜ୍ୟ ଓ ଦେଶ ର ନାମ ରଖି ଦେଶମାତୃକାରସେବା କରିପାରୁ ଛନ୍ତି | ସବୁ ଛାତ୍ର, ଛାତ୍ରୀ ମାନଙ୍କୁ ମୋର ସବୁବେଳେ ଆଶୀର୍ବାଦ ଓ ଭଲ ପାଇବା ରହିଛି କହିଥିଲେ | ଅନ୍ୟ ଅତିଥି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଯୋଗୁଁ ବହୁ ଛାତ୍ର ଛାତ୍ରୀ ଗ୍ରାମଞ୍ଚଳ ରେ କମ ଖର୍ଚ୍ଚ ରେ ଶିକ୍ଷା ଲାଭ କରିପାରୁଛନ୍ତି |

ବିଭିର୍ଣ୍ଣ ବିଭାଗ ରେ କୃତିତ୍ୱ ଲାଭ କରିଥିବା ଛାତ୍ର, ଛାତ୍ରୀଙ୍କୁ ବିଧାୟିକା ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ସିଲ ଓ ମାନ ପତ୍ର ଦିଆ ଯାଇଥିଲା | ଏବଂ ଅନୁଷ୍ଠାନ ର ସବୁ ପିଲାଙ୍କ ଦ୍ୱାରା ଆଧୁନିକ, ଓଡିଶୀ, ଓ ଆଧ୍ୟାତ୍ମିକ ଉପରେ ନୁର୍ତ୍ୟ ଗୀତ ପ୍ରଦର୍ଶନ କରି ଉପସ୍ଥିତ ଲୋକଙ୍କ ମନକୁ ମନ୍ତ୍ର ମୁଗ୍ଧ କରି ଥିଲେ | ଶେଷରେ ସିନ୍ଦୁରର ଅଧିକାର ସିରିଏଲ ର ଅଭିନେତ୍ରୀ ନୀଳାଖୀ ପାତ୍ର ତାଙ୍କର ନୃତ୍ୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.