ପରାକ୍ରମ ଦିବସରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ାରେ ଚିତ୍ରକଳା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡା ଆନୁକୁଲ୍ୟରେ ପରାକ୍ରମ ଦିବସ ଉପଲକ୍ଷେ “ପରୀକ୍ଷା ପେ ଚର୍ଚ୍ଚା” ଶୀର୍ଷକ ବିଷୟରେ ଚିତ୍ରକଳା ପ୍ରତିଯୋଗିତା ମଙ୍ଗଳବାର ଦିବା ୧୦ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ଜିଲ୍ଲାରୁ ମୋଟ ୧୭ଟି ବିଦ୍ୟାଳୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଚନ୍ଦ୍ରଯାନ, ଆଦିତ୍ୟ ଏଲ୍ ୱାନ୍, ଏଗଜାମ୍ ୱାରିଅର୍ ଆଦି ବିଷୟ ଉପରେ ପର୍ଯ୍ୟବସିତ ଥିଲା। କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଲେଫ୍ଟନାଣ୍ଟ ଅର୍ଚ୍ଚନା ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ରାଜା ରାମ୍ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. ରମେଶ କୁମାର ସାହୁ ପ୍ରମୁଖ ଉଦ୍ଘାଟନ କରିଥିଲେ। ଜୟନ୍ତ କୁମାର ଜେନା, ଝୁନୁ ରାଣୀ ମହାପାତ୍ର ଓ ଲେଫ୍ଟନାଣ୍ଟ ଅର୍ଚ୍ଚନା ପଟ୍ଟନାୟକ ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ଶେଷରେ ଶ୍ରେଷ୍ଠ ୫ ଜଣ ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ଓ ଏଗଜାମ୍ ୱାରିଅର୍ ପୁସ୍ତକ ପୁରସ୍କାର ଭାବରେ ବିତରଣ କରାଯାଇଥିଲା। ଅନ୍ୟ ସମସ୍ତ ପ୍ରତିଭାଗୀଙ୍କୁ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବରେ ବିଦ୍ୟାଳୟର କଳା ଶିକ୍ଷକ ଅଶ୍ୱିନ ଲାଞ୍ଜେୱର୍ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.