ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସିନିୟର ଓ ଜୁନିୟର ଛାତ୍ରୀମାନଙ୍କୁ ନେଇ ବକୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୦୨ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷୟତ୍ରୀ ବୀଣାପାଣି ନନ୍ଦ, ପଦ୍ମାଳୟ ତ୍ରିପାଠୀ, ମମତା ମହାନନ୍ଦ, କମଳିନୀ ନନ୍ଦ, ଗୀତାଞ୍ଜଳି ମହାକୁର , ରିନୁ ସାହୁ, ହିରଣ୍ମୟୀ ପୃଷେଠ, ଚାରୁଲତା ମିଶ୍ର ଓ ଉମାପ୍ରଶାଦିନ ମେହେର ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ। ଏହାର ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ, ନରେନ୍ଦ୍ର ସାହୁ ଓ ବିଆରସିସି ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରି ଉତ୍ସାହିତ କରି ଛାତ୍ରୀ ରୀନା ମାଝୀ, ଲିଜା ରାଜହଂସ, ଇପ୍ସିତା ମେହେର, ଶ୍ରଦ୍ଧାନନ୍ଦ ସାହୁ, ବର୍ଷା ବାଗ ଓ ମାମାନୀ ପ୍ରଧାନ ପ୍ରମୁଖ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସିଆରସିସି ଶେଷଦେବ ପ୍ରଧାନ, ହରି ନାଗ, ଲକ୍ଷରାଜ ମେହେର, ଚିନ୍ତା ସାହୁ ଓ ଏମଆଏସ ଦିଲୀପ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।





