ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିର୍ଦେଶ କ୍ରମେ ଆଜି ନୂଆପଡା ସଦର ବ୍ଲକ ଭରୁଆମୁଣ୍ଡା ପଂଚାୟତ, ନୂଆପଡା ଏନଏସିର ୧୦ନଂ ୱାର୍ଡ ଏବଂ କୋମନା ବ୍ଲକର ସିଆଲଟି ପଂଚାୟତରେ ବିଭିନ୍ନ ଗାଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ ଭରୁଆମୁଣ୍ଡା ପଂଚାୟତ ସଭାରେ ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ବିଜେଡି ନୂଆପଡା ବ୍ଲକ ସଭାପତି ରମାକାନ୍ତ ଠାକୁର, ନୂଆପଡା ପଂଚାୟତ ସମିତି ଉପାଧକ୍ଷ ଦିଲୀପ ନିର୍ମଲକର, ଏସ.ଡି.ସି ଚେୟାରମେନ ଭଗତରାମ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ରବି ବାଗ ଓ କମଲ ଠାକୁର, ସାହିପଲା ପଂଚାୟତ ସଭାପତି ବିଲାଲ ଭାଇ, ଭରୁଆମୁଣ୍ଡା ପଂଚାୟତ ସଭାପତି ପବନ ମାଝୀ, ଆମାନାରା ସମିତି ସଭ୍ୟା ପ୍ରତିନିଧି ହୀରା ନାୟକ, ଡ଼ୁମେରପାଣି ସମିତି ସଭ୍ୟ ଚୁରନ ମାଝୀ, ନରେନ୍ଦ୍ର ସାହୁ, ଗେନ୍ଦରାମ ସାହୁ, ଧରମୁ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ନୂଆପଡା ସଦର ଏନଏସି ଠାରେ ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସରୋଜ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ୱାର୍ଡ ମେମ୍ବର କୁଞ୍ଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ। କୋମନା ବ୍ଲକ ସିଆଲଟି ଠାରେ ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ସରପଞ୍ଚ କାଳିଆ ପ୍ରଧାନ, ପୂର୍ବତନ ସରପଞ୍ଚ ବୈଷ୍ଣବ ଦୁରିଆ, ୱାର୍ଡ ମେମ୍ବର ଭକ୍ତ୍ତୃ ଦୁରିଆ ଓ ଗୌର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ସରକାର କ୍ଷମତାକୁ ଆସିଲା ଦିନ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସେବା ମନଭାବରେ ବିଭିନ୍ନ ସରକାରୀ ଯୋଜନା ଗୁଡିକ ମାଧ୍ୟମରେ ତୃଣମୂଳ ସ୍ତରରେ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଏହା ସଠିକ ଭାବେ କିପରି ଲୋକଙ୍କ ନିକଟରେ ପହଂଚି ପାରିବ ତାକୁ ନେଇ ଜନ ପ୍ରତିନିଧି ବିଭିନ୍ନ ଗାଁ ବୁଲି ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ପରିବାର ସମ୍ପର୍କ ଅଭିଯାନରେ ଯୋଡି ହୋଇ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସିଧା ସଳଖ ଯୋଡି ହୋଇ ପାରିବେ ଓ ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲୋକଙ୍କ ନିକଟତର କରି ପାରିବେ। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଇ ସମସ୍ତ ଜନ ପ୍ରତିନିଧି ସିଧାସଳଖ ଜନ ସାଧାରଣଙ୍କ ଗହଣକୁ ଯିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.