ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

କୁଳପତି କହିଲେ, ଏହି ଯୋଗଜନ୍ମାଙ୍କ ଜୀବନଚର୍ଯ୍ୟାକୁ ଆହରଣ କରିପାରିଲେ ଦେଶ ଓ ଜାତି ଉନ୍ନତ ହେବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟର ସାମାଜିକବିଜ୍ଞାନ ବିଭାଗର ସମ୍ମିଳନୀ କକ୍ଷରେ ଓଡିଶାର ଦୁଇ ବରପୁତ୍ର ତଥା ବରେଣ୍ଯ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ  ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ସାମାଜିକବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁନିଲ କୁମାର ପାଢୀ, ଇତିହାସ ବିଭାଗ ପ୍ରଫେସର ଓ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପବିତ୍ର ମୋହନ ନାୟକ, ପୁନେ ସ୍ଥିତ ଡେକାନ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ରବିନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଇତିହାସ ବିଭାଗର ସଂଯୋଜକ ଡକ୍ଟର ପବିତ୍ର ମୋହନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସାମାଜିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସୁନିଲ କୁମାର ପାଢୀ ଦୁଇ ଜନ ନାୟକଙ୍କ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜନ୍ମଜୟନ୍ତୀ ଉପଲକ୍ଷେ ବିଶ୍ଵବିଦ୍ୟାଳୟର କୁଳପତି ତଥା ସଭାର ମୁଖ୍ୟ ଅତିଥି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦୁଇ ଯୋଗଜନ୍ମା ପୁରୁଷଙ୍କ ଜୀବନଚର୍ଯ୍ୟାରୁ କିଞ୍ଚିତ ପରିମାଣର ଶିକ୍ଷାଲାଭ କରି ନିଜ ଜୀବନରେ ଲଗାଇ ଆଜିର ଯୁବଶକ୍ତି ଆଗକୁ ଗଲେ ଏ ଜାତି ତଥା ଦେଶ ଉନ୍ନତିରୁ ଉନ୍ନତିତରରେ ପହଞ୍ଚିପାରିବ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଡକ୍ଟର ଅମୂଲ୍ୟ କୁମାର ଆଚାର୍ଯ୍ୟ, ବିବେକାନନ୍ଦ ନାୟକ, ରାଜଶ୍ରୀ ଦତ୍ତ, ବିଶ୍ଵଜିତ ପରିଡା, ଶଶାଙ୍କ ଶେଖର ଗଡନାୟକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ,ଭାଲେଣ୍ଟିନା ହାଁସଦା, ଶୁଭଶ୍ରୀ ଦାସ,ଜିଏସ ରଜତ ଦଳେଇ ସସ୍ମିତା ବେହେରା ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ସଭା କାର୍ଯ୍ୟକୁ ଇତିହାସ ବିଭାଗର ଅଧ୍ୟାପକ ଡକ୍ଟର ସୁଶାନ୍ତ କୁମାର ବାରିକ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସ୍ମୃତିସିକ୍ତା ଥାପା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.