ଓଡ଼ିଆ ବାର୍ତ୍ତା/ ତାଳଚେର: ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବାର ୪ର୍ଥ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ସାଉଥ ବଲଣ୍ଡା ସ୍ଥିତ ଅଫିସର କ୍ଲବ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ବରିଷ୍ଠ ସମାଜସେବୀ ଅନୁପ ଗଡ଼ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁମନ୍ତ ବେହେରା (ଖଗ ଭାଇ), ପ୍ରଶାନ୍ତି ଦେହୁରୀ, ଚିନ୍ମୟୀ ଦାସ, କ୍ଷୀରୋଦ ସାହୁ, ଦୀପ୍ତିମୟୀ ପାଳ, ଶଶୀପ୍ରଭା ରଥ, ସୋମେଶ ରଥ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ସ୍ବେଚ୍ଛାସେବୀ ତଥା ଶତାଧିକ ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ, ସାମ୍ବାଦିକ, ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ରବି ବିଶ୍ଵାଳ ଓ ଅପରାଜିତା ଷଡ଼ଙ୍ଗୀ।