କଳାହାଣ୍ଡିରେ କଂଗ୍ରେର ହୁଙ୍କାର ଜନସଭା: ଦଳରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦିନର ବିରତି ପରେ ଆଜି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ଦମ୍ ଦେଖାଇଛି କଂଗ୍ରେସ। ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ପରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିବାବେଳେ ଦଳର ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବୁଧବାର ଦଳ ପକ୍ଷରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ହୁଙ୍କାର ଜନସଭାର ଆୟୋଜନ କରାଯାଇଛି। ଜିଲ୍ଲାର ୨୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଏଥିରେ ଯୋଗ ଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ପୂର୍ବତନ ସାଂସଦ ରାସବିହାରୀ ବେହେରା, ଜୟରାମ ପାଙ୍ଗୀ, ଜଗନ୍ନାଥ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ, ସାଗର ଚରଣ ଦାସ, ଦିଗାମ୍ବର ଦୁରିଆ, ସରୋଜ ବାଗ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ତଥା ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.