କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗଠନ ନେଇ ଏକ ସଚେତନ ତାଲିମ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗଠନ ନେଇ ଏକ ସଚେତନ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯକ୍ଷ୍ମା ମୁକ୍ତ ଅଭିଯାନର ନୋଡାଲ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଡାକ୍ତର ଅମୁଲ୍ୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପଞ୍ଚାୟତକୁ କିଭଳି ଯକ୍ଷ୍ମା ମୁକ୍ତ କରାଯାଇ ପାରିବ ସେନେଇ ଏହା ଏକ ପଦକ୍ଷେପ। ୬ଗୋଟି ମାନଦଣ୍ଡ ମାଧ୍ୟମରେ ସଫଳତା ଆଣିଥିବା ପଞ୍ଚାୟତକୁ ପର୍ଯ୍ୟୟ କ୍ରମେ ବ୍ରୋଞ୍ଜ, ସିଲଭର ଏବଂ ଗୋଲ୍ଡ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଛି। ଏହି ତାଲିମ ଶିବିର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟୋଜିତ କରାଯାଇଥିବା ବେଳେ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଯକ୍ଷ୍ମା ରୋଗ ଚିକିତ୍ସାର ବରିଷ୍ଠ ପରିଦର୍ଶକ ଭେଙ୍କଟ ବାଗ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.