‘ଆମ ଓଡିଶା ନବୀନ ଓଡିଶା’ ପଞ୍ଚାୟତ ସ୍ତରୀୟ ସଚେତନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ନିମନ୍ତେ ପଞ୍ଚାୟତ ସ୍ତର ମାନଙ୍କରେ ହେଉଥିବା ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନ ଶିବିର କୋକସରା ବ୍ଳକର କାଶିବାହାଲ ଓ ମାଝୀଗୁଡା ପଞ୍ଚାୟତରେ ବୁଧବାର ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାଶୀବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଲା ଛତ୍ରିଆ, ନାଏବ ସରପଞ୍ଚ କାଦମ୍ବିନୀ ଦଳାଇ,ସମିତି ସଭ୍ୟ ଗଜାନନ ନିଏଲ, କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବନ ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ଜଳ ସମ୍ପଦ ବିଭାଗ ଆଦି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ଥିବାବେଳେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏହି କ୍ରମରେ ଘୁମୁରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜାଫେଦ ନାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ମଞ୍ଚକୁ କୃପାସିନ୍ଧୁ ନାଏକ ପରିଚାଳନା କରିଥିଲେ। ସେହିପରି ମାଝୀଗୁଡା ଗ୍ରାମ ପଞ୍ଚାୟତରେ ଆୟୋଜିତ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀ ର ରୂପାନ୍ତରିକରଣ, ବ୍ୟଙ୍କିଙ୍ଗ, କ୍ରୀଡା, ସୁଗମ ପରିବହନ, ଐତିହ୍ୟ ଭିତ୍ତିଭୂମି ବିକାଶ ଉପରେ ସଚେତନତା ସୃଷ୍ଟି କରିବା ସହ ସେସବୁ ଯୋଜନାର ଲାଭ ଉଠାଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଶିବିରରେ ବିଡ଼ିଓ ସେହ୍ନପ୍ରଭା ମାଝୀ, ସରପଞ୍ଚ ମାମି ବାଗ, ସମିତି ସଭ୍ୟା ନମିତା ଚଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ପଞ୍ଚକ ପୋଡ଼, ତ୍ରିଲୋଚନ ବାଗ, ନାଏବ ସରପଞ୍ଚ ଧର୍ମେନ୍ଦ୍ର ପୋଡ଼, ଦୁର୍ଯ୍ୟୋଧନ ଚଣ୍ଡି, ଦୁର୍ଗାପ୍ରସାଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ପିଇଓ ଭବିଷ୍ୟତ ପଟେଲ ସଂଯୋଜନା କରିଥିବାବେଳେ ମଞ୍ଚକୁ ତ୍ରିଲୋଚନ ବାଗ ପରିଚାଳନା କରିଥିଲେ। ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.