କଂଗ୍ରେସରେ ସାମିଲ ହେଲେ ଯାଦବ ନେତ୍ରୀ ରଶ୍ମିରେଖା ରାଉତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ହୁଙ୍କାର ଜନସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଜଣସୁଣା ଯାଦବ ନେତ୍ରୀ ରଶ୍ମିରେଖା ରାଉତ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିବାବେଳେ ଦଳର ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବୁଧବାର ଦଳ ପକ୍ଷରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ହୁଙ୍କାର ଜନସଭାର ଆୟୋଜନ କରାଯାଇଛି। ଜିଲ୍ଲାର ୨୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଏଥିରେ ଯୋଗ ଦେଇଥିବାବେଳେ ପୂର୍ବତନ ମୂଷାପାଲି ସରପଞ୍ଚ ତଥା ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି ସଭାନେତ୍ରୀ ରଶ୍ମିରେଖା ରାଉତ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସବୁ ବେଳେ ଲୋକଙ୍କ ସେବାରେ ନିୟୋଜିତ ଥିବା ଶ୍ରୀମତୀ ରାଉତ ଆଗକୁ ଦଳୀୟ ସଂଗଠନକୁ ମଜଭୁତ କରି ଦଳୀୟ ସମ୍ବିଧାନରେ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏଇ ଅବସରରେ ପୂର୍ବତନ ସାଂସଦ ରାସବିହାରୀ ବେହେରା, ଜୟରାମ ପାଙ୍ଗୀ, ଜଗନ୍ନାଥ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ, ସାଗର ଚରଣ ଦାସ, ଦିଗାମ୍ବର ଦୁରିଆ, ବରିଷ୍ଠ କଂଗ୍ରେସ ନେତା ରବି ପଟ୍ଟଯୋଶୀ,ସରୋଜ ବାଗ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ତଥା ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.