୨୬ରେ ଫେରିବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ; ବୈଠକରେ ସ୍ୱାଗତମ ସଭା ଓ ଶୋଭାଯାତ୍ରା ଚୂଡାନ୍ତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆସନ୍ତା ୨୬ ତାରିଖରେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୁସ୍ଥ ହୋଇ ଖରିଆର ରୋଡ ତାଙ୍କ ବାସଭବନକୁ ଫେରିବେ। ଏ ନେକ ନୂଆପଡା ଜିଲ୍ଲା ସଦର ବ୍ଲକ୍ ବିଜେଡି ସଭାପତି ରମାକାନ୍ତ ଠାକୁର ସୂଚନା ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲା ସଦର ବ୍ଲକ ଖରିଆର ରୋଡ ସହର ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ବାସଭବନରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ନୂଆପଡା ବ୍ଲକ ସଭାପତି ରମାକାନ୍ତ ଠାକୁରଙ୍କ ଅଧକ୍ଷତାରେ ଆୟୋଜିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସଦର ବ୍ଲକ ସହ ସମ୍ପାଦକ କମଳ ସିଂହ ଠାକୁର, ଧରମବନ୍ଧା ପଞ୍ଚାୟତ ସଭାପତି ନରେନ୍ଦ୍ର ସାହୁ, ଭରୁଆମୁଣ୍ଡା ପଞ୍ଚାୟତ ସଭାପତି ପଵନ୍ କୁମାର ମାଝୀ, ଜାମପାଣି ପଞ୍ଚାୟତ ସଭାପତି ରଞ୍ଜିତ ପ୍ରଧାନ, ସାହିପଲା ପଞ୍ଚାୟତ ସଭାପତି ବିଲାଲ ଖାନ ଏବଂ ସୁରେନ୍ଦ୍ର ତିୱାରୀ, ଜୟ ରାମ ସାହୁ, ବଳରାମ ମାଝୀ, ସୁମେଶ ଦେୱାଙ୍ଗାନ, ମହେଶ ସାହୁ, ଧର୍ମୁ ଜୈନ, ହିରା ନାୟକ, ଗୋପାଳ ପଟେଲ, ଗଇନ୍ଦ ରାମ ସାହୁ, ଲାଲ ସିଂହ ମାଝୀ, ଏବଂ ବିଜେଡିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ତେବେ ପ୍ରକାଶ ଯେ ମନ୍ତ୍ରୀ ଶ୍ରୀ ଢୋଲକିଆ ଗତ ୨ ମାସ ହେବ ମୁମ୍ବାଇର ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ହେବାରୁ ସେ ତାଙ୍କ ନିଜ ବାସଭବନକୁ ଫେରୁଛନ୍ତି। ଏହି ଅବସରରେ ନୂଆପଡା ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରଚୁର ଉତ୍ସାହ ଦେଖିବାକୁ ମିଳୁଛି। ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ସୁସ୍ଥ ହୋଇ ପୁନଃ ଜନସେବା ପାଇଁ ଫେରୁଥିବାରୁ ବିଜେଡି ପକ୍ଷରୁ ଖରିଆର ରୋଡ ସହରରେ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିବ ଏବଂ ଏହା ସହିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବାର ସୂଚନା ବ୍ଲକ ସଭାପତି ରମାକାନ୍ତ ଠାକୁର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.