ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ମହକୁମା ସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ବୁଧବାର ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବ ଉଦଯାପିତ ହୋଇଯାଇଛି | ନିମ୍ନ ଇନ୍ଦ୍ର ଜଳ ସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନବାତ୍ରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲପାଳ ହେମକାନ୍ତ ସାୟ, ସମ୍ମିଳନୀ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମ ଲାଲ ହଂସ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ଼ ସ୍ଵାଗତିକା ପଟ୍ଟନାୟକ, ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଜ୍ବଳ ଜାନି ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମଂଚାସୀନ ଅତିଥିଗଣ ଜଳ ସଂରକ୍ଷଣ ଓ ଜଳର ସୁଷମ ବଣ୍ଟନ ଉପରେ ଆଲୋକପାତ କରିଥିଲେ | ପାଣି ପଂଚାୟତ ସେଚେତନ ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ନେଇ ବକୃତା, ଚିତ୍ରଙ୍କନ, ସାଧାରଣ ଜ୍ଞାନ ଓ ସଂଗୀତ ଆଦି ଆୟୋଜନ କରାଯାଇଥିଲା | ଏହି ଅବସରରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇ ଥିଲା | ପାଣି ପଂଚାୟତ ସେଚେତନ ପାଇଁ ଛାତ୍ରୀ ଛାତ୍ର ଓ ଯୁବତୀ ଯୁବକ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା | ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜଳ ବିଭାଗ ପକ୍ଷରୁ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ | ସୌଭାଗ୍ୟ ରଞ୍ଜନ ପ୍ରଧାନ, ସୌମ୍ୟ ରଞ୍ଜନ ଜୟପୁରିଆ , ଶିବାନନ୍ଦ ପ୍ରଧାନ, ବିଘ୍ନେଶ୍ୱର ପ୍ରଧାନ, ଜନାର୍ଦ୍ଦନ ନାୟକ, ଲୋକନାଥ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.