ପାଣି ପଂଚାୟତ ପକ୍ଷ ଉଦଯାପିତ କାର୍ଯ୍ୟକ୍ରମରେ ଉଦବେଗ୍ ପ୍ରକାଶ କଲେ ଚାଷୀ

ଡ୍ୟାମ ଓ କେନାଲଗୁଡିକର ଦୟନୀୟ ଅବସ୍ଥା ଯୋଗୁଁ ଚାଷଜମିକୁ ପଂହଚୁନି ପାଣି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ଉଦଯାପିତ କାର୍ଯ୍ୟକ୍ରମରେ ଜିଲ୍ଳାର ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାୟଗଡା ସଦର ବ୍ଳକରେ ଥିବା ସିଲିଟିଗୁଡା ଏଆଇପି ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଷୀଙ୍କ କାମରେ ଆସୁ ନ ଥିବା ବେଳେ କୋଲନରା ବ୍ଳକର କୈଳାସପୁର ଗ୍ରାମ ପଂଚାୟତ ଏ.ଜଗନ୍ନାଥପୁର ପାଣି ପଂଚାୟତ ଅନ୍ତର୍ଗତ କେଉଁଝରୀ ନାଳରେ ଥିବା ଏଆଇପି ପ୍ରକଳ୍ପର ଅନୁରୂପ ଅବସ୍ଥା ହୋଇଥିବା ବେଳେ ଜିଲ୍ଳାର ଅନେକ ଡ୍ୟାମ ଓ କେନାଲର ଦୟନୀୟ ଅବସ୍ଥା ଯୋଗୁଁ ଚାଷୀଙ୍କ ଚାଷଜମିରେ ପାଣି ପଂହଚିପାରୁନାହିଁ ଏବଂ ଚାଷୀ ପ୍ରତିବର୍ଷ ଜଳକର ପୈଠ କରି ଆସୁଛି ବୋଲି ଜିଲ୍ଳାର ବିଭିନ୍ନ ବ୍ଳକରୁ ଆସିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ତେବେ ଜିଲ୍ଳାରେ ଥିବା ପାଣି ପଂଚାୟତ କମିଟିଗୁଡିକର ଅଭିଯୋଗକୁ ଭିତି କରି ମରାମତି ଆବଶ୍ୟକ କରୁଥିବା ଏମଆଇପି ପ୍ରକଳ୍ପଗୁଡିକର ଟେଣ୍ଡର ଆହ୍ୱାନ କରାଯାଇଛି । ଯଥାଶୀଘ୍ର ସେଗୁଡିକର ମରାମତି କରାଯାଇ ଜଳ ସେଚନର ବ୍ୟବସ୍ଥା କରାଯିବ ବୋଲି ରାୟଗଡା କ୍ଷୁଦ୍ର ଜଳ ସେଚନ ଅଧୀକ୍ଷଣ ଯନ୍ତ୍ରୀ ଡି.ସୁଧାକର କୁମାର ଚାଷୀଙ୍କୁ ବୁଝାଇଥିଲେ । ଶ୍ରୀ କୁମାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ଯୋଗ ଦେଇ ପାଣି ପଂଚାୟତ ଗଠନର ମୂଳ ଉଦ୍ଦେଶ୍ୟ ଓ ପାଣି ପଂଚାୟତ ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଚାଷ ଜମିକୁ ଜଳସେଚନ ବ୍ୟବସ୍ଥାର ପରିଚାଳନା ଏବଂ ଭିତିଭୂମି ରକ୍ଷଣାବେକ୍ଷଣରେ ଅଂଶଗ୍ରହଣ, ସୁଷମ ଓ ନିର୍ଭରଯୋଗ୍ୟ ଭାବେ ସମସ୍ତ ଚାଷୀଙ୍କୁ ଜଳ ବଂଟନ, ଜଳ ବଜେଟ, ଫସଲ ଖସଡା ପ୍ରସ୍ତୁତିରେ ଚାଷୀଙ୍କର ଅଂଶଗ୍ରହଣ ଓ ମାଲିକାନା ମନୋଭାବ ସୃଷ୍ଟି କରିବା ସହ ସମଗ୍ର ସେଚାଂଚଳରେ ମିତବ୍ୟୟ ଜଳ ବ୍ୟବହାର,ନାନାବିଧ ଫସଲ ଚାଷ ତଥା ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ଦ୍ୱାରା କରାଯାଉଥିବା ବେଳେ ଜିଲ୍ଳାର ବିଭିନ୍ନ ପାଣି ପଂଚାୟତର ଚାଷୀମାନଙ୍କ ମଧ୍ୟରେ କ୍ଷୁଦ୍ର ସଭା ଆୟୋଜନ କରି ସେମାନଙ୍କୁ ନୂତନ ଞାନ କୈାଶଳର ପ୍ରୟୋଗ,ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ଜଳଜମିକୁ ଜଳ ଯୋଗାଣ, କେନାଲର ରକ୍ଷାଣବେକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସଚେତନତା ରଥ ମାଧ୍ୟମରେ ପ୍ରଚାର କରାଯାଇଥିଲା ବୋଲି ଅଧୀକ୍ଷଣ ଯନ୍ତ୍ରୀ ଡି.ସୁଧାକର କୁମାର ପ୍ରକାଶ କରିଥିଲେ । ଏହି ପକ୍ଷ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକୃତା, କ୍ୱିଜ୍‌, ଚିତ୍ରାଙ୍କନ, ରଚନା ଓ ପ୍ରକଳ୍ପର ପ୍ରଦର୍ଶନ ଭଳି ପ୍ରତିଯୋଗିତମାନ ଅନୁଷ୍ଠିତ କରାଯାଇ ୧୫ଜଣ କୃତି ପ୍ରତିଯୋଗିଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ଏବଂ ଚୟନ ହୋଇଥିବା ଶ୍ରେଷ୍ଠ ଚାଷୀଙ୍କୁ ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଳା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ଦୟାନିଧି ବାଗ, ବ୍ରହ୍ମପୁର ସର୍କିଲ କାଡା ଅଧିକ୍ଷଣ ନିର୍ବାହୀ ଯନ୍ତ୍ରୀ, ରାୟଗଡା ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ, କ୍ଷୁଦ୍ର ଜଳ ସେଚନ ବିଭାଜନ ରାୟଗଡା କାର୍ଯ୍ୟାଳୟର ଏଷ୍ଟିମେଟର ବିଜୟ କୁମାର ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଚରଣ ସାହୁ, ଜୟପ୍ରକାଶ ଦର୍ଜୀ, କନିଷ୍ଠ ଯନ୍ତ୍ରୀ ଏ.କେ.ସେଠୀ, ରାଜେଶ୍ୱର ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.