କଦମ୍ବଗୁଡ଼ା ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆମ ଓଡିଆ ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକଟି ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଏନେଇ ବୁଧବାର ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ କଦମ୍ବଗୁଡା ପଞ୍ଚାୟତ ପରିସରରେ ସରପଞ୍ଚ ସନ୍ତୋଷ ମାଝୀଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶଙ୍କ ପାତ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଚଞ୍ଚଳା ବେନିଆଁ, ନାଏବ ସରପଞ୍ଚ ଅନିତା ହରିଜନ, ସମାଜସେବୀ ସରୋଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଗତ ପାଞ୍ଚ ବର୍ଷରେ କଦମ୍ବଗୁଡା ଗ୍ରାମ ପଞ୍ଚାୟତର ବିକାଶର ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି।ଏପରିକି କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ଼,ମମତା ଯୋଜନା ଓ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା,ଘରକୁ ଘର ପାନୀୟ ଜଳଯୋଗାଣ ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇ ଥିବାନେଇ ଅତିଥି ମାନେ ନିଜ ଭାଷଣରେ ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ଏହି ଅବସରରେ ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ସାମ୍ବାଦିକ, ସମାଜସେବୀ, ୱାଡ ସଭ୍ୟ/ସଭ୍ୟା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ବୟଂସହାୟକ ମହିଳା ଗୋଷ୍ଠୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପୂର୍ବତନ ଉପାଧ୍ୟକ୍ଷ ଜଗଦିଶ ବେନିଆଁ ପରିଚାଳନା କରିଥିବାବେଳେ ପଞ୍ଚାୟତ ନିର୍ବାହୀଅଧିକାରୀ ରୂପାଧର ଧରୁଆଙ୍କ ନେତୃତ୍ବରେ ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ, ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ,କାଠସମା ୱାଡ଼ ମେମ୍ବର ଶିବରାମ ମାଝୀ, ଅଜିତ କୁମାର ପ୍ରଧାନ, ସୁଶାନ୍ତ ମାଝୀ, କର୍ଣ୍ଣ ହରିଜନ, ନେପାଳ ଶବର, ସୁବାସ ମାଝୀ, ନରହରି ମାଝୀ,ରଥି ମାଝୀ ହିରାଲାଲ୍ ମାଝୀ ମଧୁସୂଦନ ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.