କଲମପୁର ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ମିନି ଷ୍ଟାଡିୟମରେ କଲମପୁର ପଞ୍ଚାୟତସ୍ତରୀୟ ‘ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।କଲମପୁର ସରପଞ୍ଚ ସୂର୍ୟକାନ୍ତି ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଶଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋଖଭିମୁଖି ଯୋଜନା ବିଷୟରେ ମାର୍ଗଦର୍ଶନ କରିଥିଲେ। ଏହାସହ ରାଜ୍ୟ ସରକାରଙ୍କ ଦ୍ବାରା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀର ରୂପାନ୍ତିକରଣ, ବ୍ୟଙ୍କିଙ୍ଗ, କ୍ରୀଡା, ସୁଗମ ପରିବହନ,ଐତିହ୍ୟ ଭିତ୍ତିଭୂମି ବିକାଶ ଉପରେ ସଚେତନତା ସୃଷ୍ଟି କରିବା ବିଷୟରେ ଲୋକ ମାନଙ୍କୁ ଅଲ୍ ଇ ଡି ମାଧ୍ୟମରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ସାମାଜିକ ସୁରକ୍ଷା ଅଧିକାରିଣୀ କ୍ଷିତିଶୂତା ମେହେର, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଶ୍ରୁତି ରଞ୍ଜନ ସେଠ୍, ସିଡ଼ିପିଓ ପ୍ରତିମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ ଅର୍ଜୁନ ନିଆଲ ଙ୍କ ଗୀତ ଓ ଭବାନୀ ପାଟଣାର ବାଜଶାଳ ନୃତ୍ୟରେ ଝୁମିଥିଲେ ଦର୍ଶକ।ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଯୁବ ସାମ୍ୱାଦିକ ରଞ୍ଜନ କୁମାର ସାହୁ କରିଥିବା ବେଳେ ଜିଆର୍‌ଏସ୍ ପ୍ରକାଶ ଠାକୁର, ଯୋଗାଣ ସହାୟକ,ସମସ୍ତ ୱାର୍ଡ଼ ମେମ୍ବର ଓ ପଞ୍ଚାୟତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏମ୍ବିକେ, ସିଆରପି, ମିଶନ ଶକ୍ତି ମହିଳା ସମେତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.