ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ ଏସ ଏସ ପକ୍ଷରୁ ସ୍ବତନ୍ତ୍ର ସେବା ଶିବିର କୋ ୟୁନିଟ ର ପୋଷ୍ୟ ଗ୍ରାମ ମଲ୍ଲିକ ମୁଣ୍ଡା ଠାରେ ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷା ସ୍ଵପ୍ନା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଇଂରାଜୀ ଅଧ୍ୟାପକ ସୁମନ୍ତ କୁମାର ମିଶ୍ର, ଶିକ୍ଷା ଅଧ୍ୟାପକ ନାରାୟଣ ନାଏକ, ଗ୍ରନ୍ଥ ଗାହକ ବେଦବ୍ୟାସ ବାଘ, ଡେମନଷ୍ଟ୍ରେଟର ସୁରେନ୍ଦ୍ର ମେହେର ଯୋଗଦାନ କରିଥିଲେ। ଉକ୍ତ ସଭାରେ ସ୍ଵପ୍ନା ମହାପାତ୍ର ମାନବ ସେବା ହିଁ ମାଧବ ସେବା ବୋଲି ମତପୋଷଣ କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଫିସର ଦେବାଶିଷ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଶିବିରରେ ସମୁଦାୟ ୫୦ ଜଣ ସ୍ଵେଚ୍ଛାସବୀ ଯୋଗଦାନ କରିଥିବା ବେଳେ ଏହି ଶିବିର ୭ ଦିନ ଧରି ଚାଲିବ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ।






