ଆମର ସଂସ୍କୃତି ଆମର ଟେକ “ରୁମକୁଝୁମାନା”ର ବାର୍ଷିକୋତ୍ସବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୁମକୁଝୁମାନା ର ମିଳିତ ସହଯୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସେଲେଡି କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ତଥା ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆମର ସଂସ୍କୃତି ଆମର ଟେକ ର ବାର୍ଷିକୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କବିତା ପାଠ ଏବଂ ପ୍ରତିଭା ପୂଜନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ। ସ୍ୱତନ୍ତ୍ର ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ସଂସ୍କୃତି ଗବେଷକ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ଆମ ସଂସ୍କୃତି ଓ ପରମ୍ପରାରେ ଭାଷା ଓ ସାହିତ୍ୟ ର ତାତ୍ତ୍ୱିକ ଭୂମିକା ଓ ସାହିତ୍ୟିକ ମାନଙ୍କର ଜୀବନିଦର୍ଶୀ ସମ୍ପର୍କ ରେ ଆଲୋଚନା କରିଥିଲେ। ସାହିତ୍ୟ, ସମାଜସେବା, ସାଂସ୍କୃତିକ ବିକାଶ କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ, କବି ଆରୁଣୀ ତ୍ରିପାଠୀ, ସମାଜସେବୀ କ୍ଷୀର ସାଗର ବିଭାର, କବୟିତ୍ରୀ ମୀରାବାଈ ପାଣିଗ୍ରାହୀ, କବି ଅଖୋଜ କୁମାର ଷlଣ୍ଢ, କବି ବଟକୃଷ୍ଣ ସାହୁ, କବି ଗାଜିନ୍ଦ୍ର ସେଠ, ମିନାକ୍ଷୀ ପାଣିଗ୍ରାହୀ, ପ୍ରହଲ୍ଲାଦ ଦଣ୍ଡସେନା, ନରସିଂହ ମହାରଣା, ଦିଲ୍ଲୀପ କୁମାର ମିଶ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କବି ପାର୍ବତୀ ପାଣ୍ଡିଆ, ମାନଗୋବିନ୍ଦ ମେହେର, ଅନିଲ କୁମାର ମିଶ୍ର, ବୈଜୟନ୍ତୀ ସାହୁ, ମୀନା ପଣ୍ଡା, ରଙ୍କମଣୀ ପଧାନ, ସ୍ଵପ୍ନେଶ୍ଵର ମିଶ୍ର, ନିରୁପମା ଦେହୁରୀ, ଯଦୁମଣି କର୍ଣ୍ଣ, ଉମାବଲ୍ଲଭ ଷଡ଼ଙ୍ଗୀ, ଯଶୋବନ୍ତ ନାଏକ, ମନୋଜ ବାଘ, ତାପସ ପାଇକ, ବିକ୍ରମ ସାହୁ, କିନୁ ଜଗଦଲା, ସରୋଜ କୁମାର ସାହୁ, କବିତା ପାଠ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଲମ୍ବୋଦର ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ମିନାକ୍ଷୀ ପଣ୍ଡା ମଂଚାସୀନ ଥିଲେ। ସନ୍ତୋଷ ସଲମା, ଲବ ଦୀପ, କୁଶ ଦୀପ, ପୂର୍ଣ୍ଣଚନ୍ଦ୍ର କ୍ଷେତି, ବେଦବର ପାତ୍ର, ଭାଗିରଥି ମିଶ୍ର, ଗୌତମ ମିଶ୍ର, ଗଜାନନ ସାଥୁଆ, ସୁବଲ କୁମାର ସାହୁ ସହଯୋଗ କରିଥିଲେ। ଶିକ୍ଷକ ଓ କବି ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କବି ରଞ୍ଜନ ସା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ  ଗୀତାଞ୍ଜଳି ମିଶ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.