ପୁରୁଷୋତ୍ତମପୁର ବ୍ଳକରେ ଜନସମ୍ପର୍କ କରି ଦଳୀୟ କର୍ମୀଙ୍କ ମନ ଜିଣିଲେ ଇଂ ନିରଞ୍ଜନ ବେହେରା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବା ଓ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବା ଅଭିଯାନକୁ ଜୋରଦାରରେ ଲାଗିପଡିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା । ଖଲ୍ଲିକୋଟ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତିଟି ଗାଁ ବୁଲି ପରିବାର ଜନସମ୍ପର୍କ ରଖି ନିଷ୍କ୍ରିୟ ବିଜେଡ଼ି କର୍ମୀ ଓ ରାଣୀ ସହେବା ଭି. ସୁଜ୍ଞାନି କୁମାରୀ ଦେଓଙ୍କ ସମର୍ଥକ ମାନଙ୍କୁ ସାଉଁଟି ସକ୍ରିୟ କରି ପ୍ରିୟ ଭାଜନ ହୋଇ ପାରିଛନ୍ତି ଇଂ ବେହେରା।

ଏବେ ପୁରୁଷୋତ୍ତମପୁର ବ୍ଲକରେ ଜନସମ୍ପର୍କରେ ଲାଗିପଡିଛନ୍ତ। ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ଭୀମପୁର ପଞ୍ଚାୟତର କୋଳାସିଙ୍ଗି, ଚାଟମୁଣ୍ଡଳି , ଭୀମପୁର ଗ୍ରାମ ସହ ରାଇପୁର ପଞ୍ଚାୟତର ଗୋବିନ୍ଦ ପୁର, ନରସିଂଘପୁର ଖୋଷାଲପଲ୍ଲୀ ରାଇପୁର ଗ୍ରାମର ଘର ଘର ବୁଲି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କୁ ବୁଝାଇ ଥିଲେ। ପ୍ରତ୍ୟେକ ଘରକୁ ଯାଇ ବୟସ୍କ ବୃଦ୍ଧ, ବୃଦ୍ଧା, ଯୁବକ, ଛାତ୍ର, ମହିଳାଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଟିକ୍ ନିକ୍ ବୁଝାଇ ଥିଲେ, ଛଣ ଛପର କଚା ମାଟି ଘର ବାରଣ୍ଡାରେ ବସି ଲୋକଙ୍କ ସହ ଆଲୋଚନା କରୁଥିବା ଦେଖି ଲୋକଙ୍କ ମନ ଜିଣିବାର ଦେଖାଯାଇଥିଲା। ଏବଂ ଜନ ନେତା ଏହି ଭଳି ହେବା ଆବଶ୍ୟକ ବୋଲି ଲୋକଙ୍କ ମନରୁ ସ୍ଵତଃ ପ୍ରବୃତ୍ତ ବାରିହୋଇପଡୁଥିଲା। ପ୍ରତିଟି ଗ୍ରାମରେ ପହଞ୍ଚିବା କ୍ଷଣି କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଉଥିଲେ। ଖଲ୍ଲିକୋଟର ରାଣୀମାଙ୍କ ଅତି ଘନିଷ୍ଟ ହୋଇଥିବା ଏବଂ ସାଧା ସିଧା ସରଳ ବ୍ୟକ୍ତିତ୍ଵ ଯୋଗୁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରୁଥିବା ଦେଖାଯାଇଥିଲା।

ଏହି ପରିବାର ସମ୍ପର୍କରେ ଭୀମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନାରାୟଣ ପାଣିଗ୍ରାହିଙ୍କ ସହ ବର୍ତ୍ତମାନର ସରପଞ୍ଚ ମାମାଲି ଦାସ, ରାଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥି, ବର୍ତ୍ତମାନ୍ ସରପଞ୍ଚ ନମିତା ବେହେରା ଶ୍ରୀ ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ନିଜ ନିଜ ଗ୍ରାମରେ ଘର ଘର ବୁଲିଥିଲେ। ଏଥିରେ ବହୁ ଦଳୀୟ ପଦାଧିକାରୀ ଖଲ୍ଲିକୋଟ ଏନଏସି କାଉନସିଲର ନାରାୟଣ ପାଢ଼ୀ, ପୁରୁଷୋତ୍ତମପୁର ଏନଏସି କାଉନସିଲର ଭାସ୍କର ବେହେରା, ଖଲ୍ଲିକୋଟ ଏନଏସିର ବିଜେଡ଼ି ସାଧାରଣ ସମ୍ପାଦକ ପୀୟସ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ନାୟକ, ଦୀପକ ବେହେରା, ଅମିତ୍ କୁମାର ରାଉଳ, ସଂଜୟ ନାୟକ, କେ. ତ୍ରିଲୋଚନ ପାତ୍ରଙ୍କ ସହ ବହୁ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.