ଜେପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ

ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣା ଠାରେ ଚାଲିଥିବା ନୂଆ-ଓ “ଓଡିଆ ସାହିତ୍ୟ ପ୍ରତିଯୋଗୀତା” କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭୁବନ ମୋହନ ଠାକୁରଙ୍କ ଅଧକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ କୁମାର ବେହେରା, ଦୁର୍ଗା ପ୍ରାସାଦ ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହି ସାହିତ୍ୟ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ଠାକୁର ସ୍ବାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ଏହି ଅବସରରେ ଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥିବୃନ୍ଦ ଜଗନ୍ନାଥ ସଂସ୍କୃତିର ବିସ୍ତୃତ କଳେବର ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଏସପି ବାରାଣସୀ, ପ୍ରବୀଣ ବେହେରା, ବିଦ୍ୟାଳୟର କର୍ମଚାରୀ ପ୍ରଦୀପ ମିଶ୍ର, ପ୍ରମୋଦ ମିଶ୍ର, ପ୍ରଦ୍ୟୁମ୍ନ, ଅଶୋକ ପଣ୍ଡା, ଗୁଣନିଧି, ଜଳ, କରୁଣା, ହିମାଂଶୁ ପ୍ରମୁଖଙ୍କ ସମେତ ନୂତନ ଭାବରେ ବିଦ୍ୟାଳୟରେ ଯୋଗଦେଇଥିବା ଅଧ୍ୟାପିକା ନିବେଦିତା ମାଡାମ ଓ ଅଧ୍ୟାପକ ରୂପାଧର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। । ବିଭିନ୍ନ ପ୍ରତିଯୋଗିତାର କୃତି ଶିକ୍ଷାର୍ଥୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.