ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ କେନ୍ଦ୍ର କରି ସଂସ୍କୃତି ମନ୍ତ୍ରାଳୟର ବିଶାଳ ପ୍ରଦର୍ଶନୀ

ସାହିତ୍ୟ ଏକାଡେମୀ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ପ୍ରକାଶିତ ପୁସ୍ତକ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ବାର୍ଷିକୀ ଅବସରରେ ସଂସ୍କୃତି ମନ୍ତ୍ରାଳୟ ଲାଲକିଲ୍ଲାରେ ଏକ ପ୍ରୋଜେକସନ ମ୍ୟାପିଂ ସୋ ଏବଂ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରିଛି। ୨୩ ରୁ ୩୧ ଜାନୁଆରି ୨୦୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ଗତକାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରାକ୍ରମ ଦିବସ ଅବସରରେ ଉଦଘାଟନ କରିଥିଲେ।ଏହି ଅବସରରେ ସାହିତ୍ୟ ଏକାଡେମୀ ବିଭିନ୍ନ ଭାରତୀୟ ଭାଷାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ପ୍ରକାଶିତ ପ୍ରାୟ ୧୭୦ଟି ପୁସ୍ତକକୁ ନେଇ ପ୍ରଦର୍ଶନୀ ଆୟୋଜନ କରିଛି। ପୁସ୍ତକ ପ୍ରଦର୍ଶନୀ ସହିତ, ସେହି ପୁସ୍ତକଗୁଡ଼ିକରୁ ୨୪ଟି ପ୍ୟାନେଲେର ଗୁରୁତ୍ୱପୂର୍ଣ୍ଣ ଉଦ୍ଧୃତି ପ୍ରସ୍ତୁତ କରାଯାଇଛି, ଯାହା ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି। ଗତକାଲି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ୟାନେଲ ଏବଂ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରାଇଥିଲେ। ଏହି ପ୍ୟାନେଲଗୁଡିକରେ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଶିକ୍ଷା, ଭାରତୀୟ ଜାତୀୟ କଂଗ୍ରେସରେ ପ୍ରବେଶ, ସଶସ୍ତ୍ର ବିପ୍ଳବର ପ୍ରଚାର, କଂଗ୍ରେସ ସଭାପତି ହେବା, ଗାନ୍ଧୀ ଏବଂ ନେହେରୁଙ୍କ ସହ ତାଙ୍କର ପାର୍ଥକ୍ୟ, ଆଜାଦ ହିନ୍ଦ ଫୌଜ ସୃଷ୍ଟି ଏବଂ ବ୍ରିଟିଶମାନଙ୍କ ସହ ଯୁଦ୍ଧ ଇତ୍ୟାଦି ଚିତ୍ରିତ ହୋଇଛି। ଏହି ସମସ୍ତ ପ୍ୟାନେଲରୁ ସ୍ପଷ୍ଟ ବୁଝିହେଉଛି ଯେ ସୁଭାଷ ଚନ୍ଦ୍ର ବୋଷ କିପରି ଜଣେ ମହାନ ଦେଶପ୍ରେମୀ, ବିଦ୍ୱାନ, ସଂଘର୍ଷକାରୀ ନେତା, ଦାର୍ଶନିକ ଏବଂ ଆଧ୍ୟାତ୍ମିକତା ପ୍ରତି ଗଭୀର ଆଗ୍ରହ ରଖୁଥିବା ମହାନ ବ୍ୟକ୍ତିତ୍ୱରେ ପରିଣତ ହୋଇଥିଲେ। ୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଚିତ୍ରକଳା, ମୂର୍ତ୍ତିକଳା ଏବଂ ଭାସ୍କର୍ଯ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.