ଜଡ଼ାମୁଣ୍ଡା ଓ ତରବୋଡ଼ ରେ ପଡି ରହିଛି ୪୫୦୦ ପେକେଟ ଧାନ
ନୂଆପଡା,୧୫/୬ : କୋମନା ବ୍ଲକ ଜଡ଼ାମୁଣ୍ଡା ଓ ତରବୋଡ଼ ଧାନ ମଣ୍ଡିରେ ୪୫୦୦ ପେକେଟ ଧାନ ପଡି ରହିଛି । ଆଗକୁ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଉକ୍ତ ମଣ୍ଡି ପରିଦର୍ଶନ କରିବା ପାଇଁ ଯାଇ ସେଠାରେ ଚାଷୀଙ୍କ ଅସୁବିଧା ବୁଝି ଜିଲ୍ଲା ପ୍ରଶାସନଙ୍କୁ ଖବର କରିଥିଲେ । ତେବେ କେଉଁ ପରିସ୍ଥିତିରେ ଚାଷୀ କୂଳଙ୍କୁ ଏଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ତାହା କିପରି ସମାଧାନ କରା ଯାଇ ପାରିବ ସେନେଇ ବିଶେଷ ଆଲୋଚନା କରିଥିଲେ । ତେବେ ଏ.ସି.ଏସ. ଓ ଏବଂ ଏ.ଆର ଉକ୍ତ ମଣ୍ଡି ପହଞ୍ଚି ଦୁଇ ଦିନ ଭିତରେ ଧାନ ସବୁ ଉଠା ହେବ ବୋଲି ପ୍ରତିଶୃତି ଦେଇ ଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇