ସୋନପୁରଠାରେ ରାଜସ୍ବ ନୀରିକ୍ଷକ ଓ କ୍ଷେତ୍ର ଅଧିକାରୀଙ୍କ କଳାବ୍ୟାଜ ପିନ୍ଧି ଧାରଣା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲର ରାଜସ୍ବ ପରିଦର୍ଶକ ତଥା ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସୁବର୍ଣ୍ଣପୁର ଶାଖାର ଜିଲ୍ଲା ସଭାପତି ଜାରା ସିଂ ବରିହାଙ୍କ ନେତୃତ୍ଵରେ ବିଭିନ୍ନ ଦାବି ନେଇ ସୋନପୁର ତହସିଲର ପାଞ୍ଚୋଟି ରାଜସ୍ବ କାର୍ଯ୍ୟାଳୟର ନିରୀକ୍ଷକମାନେ ଗୁରୁବାର ସୋନପୁର ତହସିଲର ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଭେଟି ଦାବି ପତ୍ର ପ୍ରଦାନ୍ କରିଛନ୍ତି। ୨୫ ଜାନୁଆରୀରୁ କଳା ବ୍ୟାଚ ପିନ୍ଧି ସମସ୍ତ ଅଧିକାରୀ ଧାରଣାରେ ବସିଛନ୍ତି। ଦାବୀ ପୂରଣ ନ ହେଲେ ୧୦ ଦିନ ପରେ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ କ୍ୟାଡର ପୁନଃ ନିର୍ଦ୍ଧାରଣ, ଯୋଗ୍ୟତା ଭିତ୍ତିରେ ଗ୍ରେଡେଶନ, ଅତିରିକ୍ତ ରାଜସ୍ବ ନୀରିକ୍ଷକଙ୍କ ଗ୍ରେଡ ପେ ବୃଦ୍ଧି, ରାଜସ୍ବ ମଣ୍ଡଳରେ କର୍ମଚାରୀ ନିଯୁକ୍ତି, ରାଜସ୍ବ ବିଭାଗରୁ କୃଷି କ୍ଷେତ୍ର ସମ୍ବନ୍ଧୀୟ କାର୍ଯ୍ଯ ବର୍ଜନ ଆଦି ଦାବୀ ରହିଥିବା ଜଣାଯାଇଛି। କର୍ତ୍ତୃପକ୍ଷଙ୍କୁ ଏହି ଦାବୀ ପତ୍ର ଦେବା ସମୟରେ ସୋନପୁର ଆରଆଇ ସୁଧୀର ରଞ୍ଜନ ପାଣ୍ଡିଆ, ସୁନୀଲ କୁମାର ଘିବେଲା, ସ୍ନିଗ୍ଧାମୟୀ ପରୁଆ, ମାମି ବେହେରା, ବିନୋଦିନୀ ନାଏକ ପ୍ରମୁଖ ଉପସ୍ଥିତି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.