ପଞ୍ଚାୟତ ସ୍ତରୀୟ ସଚେତନ ଶିବିର, ବିଭିନ୍ନ ଷ୍ଟଲ ବୁଲି ମହିଳାଙ୍କ ହାତ ତିଆରି ସାମଗ୍ରୀ କିଣି ଉତ୍ସାହିତ କଲେ ବିଧାୟକ

ଆକର୍ଷିତ କରୁଛି ସେଲ୍ଫି ପଏଣ୍ଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ନିମନ୍ତେ ପଞ୍ଚାୟତ ସ୍ତର ମାନଙ୍କରେ ହେଉଥିବା ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନ ଶିବିର କୋକସରା ବ୍ଳକର ଗମ୍ଭାରୀଗୁଡା ଓ ଆମପାଣି ପଞ୍ଚାୟତରେ ଗୁରୁବାର ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗମୁଖ୍ୟଅତିଥି ଭାବେ ଯୋଗଦେଇ ବନ ବିଭାଗ, କୃଷି ସୂଚନା ଓ ସମ୍ପର୍କ, ଅଙ୍ଗନୱାଡି, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କିଙ୍ଗ ସେବା ପାଇଁ ଥିବା ବିଭିନ୍ନ ଷ୍ଟଲ ବୁଲି ମହିଳା ଗୋଷ୍ଠୀ ଦ୍ୱାରା ହାତ ତିଆରି ଲଡ଼ୁ ଓ କିଛି ଖାଦ୍ୟ ସାମଗ୍ରୀ କିଣି ମହିଳାଙ୍କୁ ଉତ୍ସାହିତ କରିଥିଲେ। ବହୁ ସାଜ ଶଯ୍ୟା ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସେଲ୍ଫି ପଏଣ୍ଟ ଲୋକଙ୍କୁ ମନମୁଗ୍ଧକର ହୋଇଥିଲା। ସମିତି ସଭ୍ୟା ପ୍ରମିଳା ଭୋଇ, ନାଏବ ସରପଞ୍ଚ ନନ୍ଦିନୀ ନାଗ, ପୂର୍ବତନ ସରପଞ୍ଚ ମଙ୍ଗଳୁ ଚରଣ ଭାଟି, ପଞ୍ଚାୟତ ବିଜେଡି ସଭାପତି କବି ଲହଜଳ, ବିପିନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବନ ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ଜଳ ସମ୍ପଦ ବିଭାଗ ଆଦି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ଥିବାବେଳେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏହି କ୍ରମରେ ଛାତ୍ର ଛାତ୍ରୀ ଓ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ମାନେ ଲୋକଙ୍କୁ ମନୋରଞ୍ଜନ କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ ଠାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ମଞ୍ଚକୁ ଦୀନବନ୍ଧୁ ନାଏକ ପରିଚାଳନା କରିଥିଲେ। ସେହିପରି ଆମପାଣି ପଞ୍ଚାୟତରେ ଆୟୋଜିତ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀ ର ରୂପାନ୍ତରିକରଣ, ବ୍ୟଙ୍କିଙ୍ଗ, କ୍ରୀଡା, ସୁଗମ ପରିବହନ, ଐତିହ୍ୟ ଭିତ୍ତିଭୂମି ବିକାଶ ଉପରେ ସଚେତନତା ସୃଷ୍ଟି କରିବା ସହ ସେସବୁ ଯୋଜନାର ଲାଭ ଉଠାଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଶିବିରରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସୁରେଶ ଚନ୍ଦ୍ର ସାହୁ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ପିଇଓ ଗିରିଶ ଚନ୍ଦ୍ର ନାଏକ ସଂଯୋଜନା କରିଥିବାବେଳେ ମଞ୍ଚକୁ ଜିତେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ, ଦୁର୍ୟୋଧନ ଜାଲ ବିଶେଷ ସହଯୋଗ କରିଥିଲେ। ଶିବିରରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.