ସଙ୍କୁଳ ସ୍ତରୀୟ ଶିଶୁ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନ ଧରି କେସିଙ୍ଗା ସଂକୁଳର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଅଶ୍ବିନୀ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ହୋଇଥିବା ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଦିବାକର ସାହୁ (ପ୍ରଧାନଶିକ୍ଷକ, ତୁଜୁଙ୍ଗ ହାଇସ୍କୁଲ), ସମ୍ମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ମାଝୀ (ପୂର୍ବତନ ପ୍ରଧାନ ଆଚାର୍ଯ୍ଯ) ଏବଂ ମୁଖ୍ଯ ବକ୍ତା ଭାବେ କୁସୁମ ମଞ୍ଜରୀ ପଣ୍ଡା (ପରିଦର୍ଶିକା, ସମନ୍ଵିତ ଶିଶୁ ବିକାଶ) ଯୋଗ ଦେଇଥିଲେ। ସମାରୋପ ଉତ୍ସବରେ ମୁଖ୍ଯ ଅତିଥି ଭାବେ ସୁଧାଂଶୁ ଶେଖର ପଣ୍ଡା (ଅଧ୍ଯକ୍ଷ- ମ.ରାମପୁର ମହା ବିଦ୍ୟାଳୟ), ସମ୍ମାନିତ ଅତିଥି ଭାବେ ତ୍ରିନାଥ ବିଶୋୟୀ, ମୁଖ୍ଯ ବକ୍ତା ଭାବେ ରୂପସିଂ ରାଉତ (ସଭାପତି, ଶିକ୍ଷା ବିକାଶ ସମିତି, ଦକ୍ଷିଣ ସମ୍ଭାଗ) ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ଯ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରଜନୀକାନ୍ତ ମହାଖୁଡ ଧନ୍ଯବାଦ ଅର୍ପଣ କରିଥିଲେ। କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ସଂକୁଳ ସଂଯୋଜକ ପ୍ରବୀଣ କୁମାର ବେହେରା, ଉପ ସଭାପତି ଅଶୋକ ବିଶ୍ୱାଳ, କୋଷାଧ୍ୟକ୍ଷ ହେମନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାଗୀ ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଶିଶୁ ଭାଇ ଭଉଣୀମାନେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମାତୃ ଭାରତୀ, ପୂର୍ବ ଛାତ୍ର, ଅଭିଭାବକ/ଅଭିଭାବିକା, ଗୁରୁଜୀ/ଗୁରୁମାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.