ସଙ୍କୀର୍ତ୍ତନ ଓ ନାଚଗୀତରେ ବିଭୋର ଦର୍ଶକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନିଶାଣପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ। ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆଁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ. ଜଗଜ୍ଜୀବନ ଚୌଧୁରୀ ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମିତି ସଦସ୍ୟା ମଞ୍ଜୁଲତା ବାଗ, ନର୍ଲା ସରପଞ୍ଚ ସଂଘ ସଭପତି ତଥା ଭାନପୁର ସରପଞ୍ଚ ଅନନ୍ତରମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ପ୍ରତି ରହିଥିବା ବିକାଶ ମୂଳକ କାର୍ଯ୍ୟାଧାରା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ବିରେନ୍ଦ୍ର ପଧାନ ମଞ୍ଚ ସଂଯୋଜନା କରିଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର ଯୋଷୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିଶାଣପୁର ହାଇସ୍କୁଲ, ଆଇସିଡିଏସ, କୃଷି ବିଭାଗ, ଷ୍ଟେଟ ବ୍ୟାଙ୍କ ଏଭଳି ୮ ଗୋଟି ଷ୍ଟଲ ଲାଗିଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଂକ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରଯାଇଥିଲା। ଯୋଗାଣ ସହାୟକ ଭୋଳାନାଥ ରଣା, ଜିଆରଏସ ତିରଲତା ପଧାନ ଓ ପଞ୍ଚାୟତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ସଙ୍କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଷ୍ଠୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଶେଷରେ ସରପଞ୍ଚ ଶ୍ରୀମତୀ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।






