ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବିଦ୍ୟୁତ ବିଭାଗ ମନମୁଖୀ କାରବାର ଯୋଗୁଁ ଟଣା ଯାଇଥିବା ବିଦ୍ୟୁତ ତାରକୁ ଚୋରୀ କରି ନେଲେ ଦୁର୍ବୁତ୍ତ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ଅଧୀନ ସାନଦାସମୁଣ୍ଡା ଓ ଡ଼ୁମାଲ ପଡା ଠାରେ ନୂତନ ଭୂମିହୀନ ବସ୍ତି ବାସିନ୍ଦା l ଏ ନେଇ ବିଦ୍ୟୁତ ବିଭାଗ ସୁପରଭାଇଜର ସଚ୍ଚିଦାନନ୍ଦ ନନ୍ଦ ସଇଁତଲା ଥାନାରେ ଲିଖିତ ଏତଲା ଦେଇଛନ୍ତି l ଏହାକୁ ଭିର୍ତ୍ତି ଥାନା କେସ ନଂ 39 /24 ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ତଦନ୍ତ ଚଲାଇଛି l ପ୍ରକାଶ ଯେ , ଏହି ଭୂମିହୀନ ପରିବାର ଲୋକଙ୍କୁ ସରକାର 4 ଡ଼ିସମିଲ ଜାଗା ଯୋଗାଇ ଦେବା ପରେ ନୂତନ ବସ୍ତି ଗଢି ଉଠିଥିଲା l ଉକ୍ତ ସମସ୍ୟା ନେଇ ପଡାବାସୀ ବ୍ଲକ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦାବୀ କରି ଆସୁଥିଲେ l ଏହାପରେ ପଡାବାସୀ ଗତ ଡିସେମ୍ବର 27 ତାରିଖ ଦିନ ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ ଓ ବିଭିନ୍ନ ସମସ୍ୟା ନେଇ 26 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ପାଇଁ ଉଦ୍ୟମ କରିଥିଲେ l କିନ୍ତୁ ତାର ପୂର୍ଵରୁ ପ୍ରଶାସନ ହସ୍ତକ୍ଷେପ କରି ପ୍ରତିଶୃତି ଦେଇଥିଲା l ପରେ ସ୍ଥାନୀୟ କୁମବଟିଆ ପଡା ଠାରୁ 13 ଗୋଟି ବିଦ୍ୟୁତ ଖମ୍ବ ପୋତା ଯାଇଥିଲା l ଏଥିରେ 2560 ମିଟର ବିଦ୍ୟୁତ ତାର ଟଣା ଯାଇ ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଗତ 22 ତାରିଖ ବିଳମ୍ବିତ ରାତି ରେ କେତେକ ଦୁର୍ବୁତ୍ତ ତାର ଚୋରୀ କରି ନେଇଥିବା ସଇଁତଲା ଥାନାରେ ଅଭିଯୋଗ ହୋଇଛି l ଏହାର ହାରାହାରି ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l କିନ୍ତୁ ଘଟଣା 3 ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ପାଖରେ କୋଣସି ସୁରାଗ ମିଳିପାରିନାହିଁ l ଯାହା ଫଳରେ ଭୂମିହୀନ ବସ୍ତି ବାସିନ୍ଦା ଙ୍କ ଆନ୍ଦୋଳନ ଫସର ଫାଟିଲା ବୋଲି ଆଲୋଚନା ହେଉଛି l ଏଣୁ ଭୂମିହୀନ ବସ୍ତି ଙ୍କୁ ତୁରନ୍ତ ବିଦ୍ୟୁତ ବିଭାଗ ତାର ଟାଣି ବିଦ୍ୟୁତ ସଂଯୋଗ କରିବା ପାଇଁ ଦାବୀ ହେଉଛି l





