ଖାସବାହାଲ ରାମମୟ: ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଲା ଗଗନ ପବନ

ମନମୋହିଲା କଳାକାରଙ୍କ ଅଭିନୟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଅଯୋଧ୍ୟାରେ ବୈଦିକ ରିତି ନିତି ଅନୁସାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ଏହି ସମାରୋହକୁ କିଛି ଦିନ ବିତି ଯାଇଛି। ତେବେ ସେହି ଦିନ ଓଡ଼ିଶାରେ ପାଳିତ ହୋଇଥିବା କିଛି ସ୍ମୃତି ବର୍ତ୍ତମାନ ସୁଦ୍ଧା ତାଜା ରହିଛି। ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଖାସବାହାଲ ଗ୍ରାମରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ଗ୍ରାମର ଶ୍ରୀରାମ ମନ୍ଦିରଠାରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ। ଖାସବାହାଲ ଗ୍ରାମବାସୀ ବୃନ୍ଦ ଆନନ୍ଦ ଉଲ୍ଲାସର ସହ ସିତାରାମଙ୍କ ଆଗମନକୁ ପାଳନ କରିଥିଲେ। ଯାହା ରାମ, ସୀତା, ଲକ୍ଷ୍ମଣ ଓ ହନୁମାନ ବେଶରେ ଗ୍ରାମ ପରିକ୍ରମା କରିଥିଲେ। ଖୋଲ ତାଳ ଘଣ୍ଟ ଶଙ୍ଖ ଧ୍ବନିରେ ଜୟ ଶ୍ରୀରାମ ଧ୍ଵନି ପ୍ରକମ୍ପିତ ହୋଇଉଠିଥିଲା। ଶ୍ରଦ୍ଧାଳୁମାନେ ନିଜ ଘରର ସମ୍ମୁଖରେ ଝୋଟି, ପୁଷ୍ପ ଓ କଳସରେ ସୁ-ସଜ୍ଜିତ କରି ରାମସୀତାଙ୍କ ଆଗମନକୁ ପାଛୋଟି ନେବା ପାଇଁ ଉତ୍ସାହର ସହିତ ପୂଜାର୍ଚ୍ଚନା କରିଥିଲେ। ଖାସବାହାଲ ଗ୍ରାମବାସୀ ବୃନ୍ଦ ଆନନ୍ଦର ସହିତ ଅଯୋଧ୍ୟାରେ ହୋଇଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ଆନନ୍ଦର ସହ ପାଳନ କରିଥିଲେ। ଶ୍ରୀରାମଙ୍କ ଭୂମିକାରେ ସତ୍ୟ ରଣା, ସୀତାଙ୍କ ଭୂମିକାରେ ଜିତୁରାମ ସାହୁ, ଲକ୍ଷ୍ମଣ ବିପିନ ସାହୁ, ହନୁମାନ ଚିତ୍ତ ନାଏକ, ଶ୍ରୀ ରାମଲୀଳାର କର୍ତ୍ତା ବିରେନ୍ଦ୍ର ସାହୁ, ରାମ ମନ୍ଦିର ପୂଜକ ଲୋକନାଥ ପାଣିଗ୍ରାହୀ ଏବଂ ସମସ୍ତ ଗ୍ରାମ ବାସିବୃନ୍ଦଙ୍କ ସହଯୋଗ ହେତୁ ଉତ୍ସବ ମୁଖର ହୋଇଥିଲା ଖାସବାହାଲ। ତେବେ ଖାସବାହାଲରେ ଆୟୋଜିତ ହୋଇଥିବା ଏହି ବର୍ଣ୍ଣାଢ଼୍ୟ ପରିବେଶ ଆଜି ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଥିବା ଦେଖାଯାଇଛି। ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି କରିଥିବାରୁ ଆୟୋଜକ ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ବୁଦ୍ଧିଜୀବୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.