ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣାକୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ସୌଜନ୍ୟ ମୂଳକ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀମାନଙ୍କ ସହିତ ଶୈଖିକ ଦିଗ ଉପରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ରାଜେଶ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ନିହାରିକା ଦେବୀ, ସଞ୍ଜୟ ଶବର, ସୁନୀତା ଦୁର୍ଗା, ପ୍ରତୀକ୍ଷା ପ୍ରତିଶ୍ରୁତି ତଥା ଅନ୍ୟ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।





