ନମୋ ନବମତଦାତା ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଭାରତୀୟ ଜନତା ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ ଚିଲିକା ନିର୍ବାଚନୀ ମଣ୍ଡଳୀର‌ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ‌ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଯୁବକ ଯୁବତୀମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଏକ ସୁନ୍ଦର ସମାଜ ଗଠନ କରିବାରେ ଯୁବକ ଯୁବତୀମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହାପରେ ଅନୁଷ୍ଠିତ ସଭାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତା ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶେଷ ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ତଥା ସମାଜସେବୀକା ଶ୍ରୀମତୀ ଅର୍ଚ୍ଚିତା ସାହୁ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ବିରଜାଈ ମଣ୍ଡଳ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ଦୀନବନ୍ଧୁ ସାହୁ‌, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀ, ଚ଼ଣ୍ଡେଶ୍ବର ମଣ୍ଡଳ ସଭାପତି ଶ୍ରୀ ଲକ୍ଷ୍ମୀଧର ବରାଳ, ବଡ଼କୂଳ ମଣ୍ଡଳ ସଭାପତି ଶ୍ରୀ ଦିଲ୍ଲିପ ମହାନ୍ତି, ପ୍ରତାପେଶ୍ବର ମଣ୍ଡଳ ସଭାପତି ଶ୍ରୀ କୈଳାସ ବରାଳ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧ ନଂ କାଉନସିଲର ତଥା ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ଶ୍ରୀ ରବି ନାରାୟଣ ମିଶ୍ର, ଗମ୍ଭାରୀମୁଣ୍ଡା ପଞ୍ଚାୟତ ର‌ ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ ଯୋଗଦେଇଥିଲେ।ସମସ୍ତ ନୂତନ ଭୋଟର୍ ମାନଙ୍କୁ ସଚେତନ କରାଯିବା ସହିତ ସେମାନେ ମତଦାନକୁ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ବିବେଚିତ କରି କିପରି ଶତ ପ୍ରତିଶତ ମତଦାନ କରିବେ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ୨୦୪୭ ମସିହା ମଧ୍ୟରେ ଭାରତକୁ ଆତ୍ମନିର୍ଭର ଓ ବିକଶିତ ରାଷ୍ଟ୍ର‌ ରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଇଥିଲେ। ଏହି ସଭା‌କୁ‌ ପରିଚ଼ାଳନା କରିଥିଲେ ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ବିଶ୍ବବିଜୟୀ ଦାଶ‌। ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ତପନ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ଶ୍ରୀ କାହ୍ନୁଚ଼ରଣ ପ୍ରଧାନ, ଶ୍ରୀ ସମର ରଞ୍ଜନ ସୁବୁଦ୍ଧି, ସଂଯୋଜକ ଶ୍ରୀ ଶ୍ୟାମସୁନ୍ଦର ପ୍ରଧାନ, ସାଜିଦ୍ ହୁସେନ, ସଂଗ୍ରାମ କେଶରୀ ନନ୍ଦ, ବାଲୁଗାଁ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ କାହ୍ନୁଚରଣ ପଲାଇ‌, ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଲଲାଟ କେଶରୀ ପ୍ରଧାନ ଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ୧୫୦୦ ରୁ ଉର୍ଦ୍ଧ୍ବ ନବ ଭୋଟର ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.