ସୁନାମୁଖି ଶାନ୍ତିବନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶରୀ ଶବର ଯୋଗଦେଇ ଜାତୀୟ ପତାକା ଉଡାଇଥିଲେ। ମହଗାଁର ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନ ସହଯୋଗ କରିଥିବାବେଳେ ଆଦିବାସୀ ନେତା ରମେଶ ଚନ୍ଦ୍ର ଶବର, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ମାଁ ସୁନାମୁଖିଙ୍କ ପୂଜକ ପର୍ଶୁ ଶବର, ମହଗାଁର ଗ୍ରାମ୍ୟ ପୂଜକ ଭୋଦେବ ଶବର, ଓ୍ବାର୍ଡ ସଭ୍ୟ କୃପାସିନ୍ଧୁ ଶବର ଓ ଅରବିନ୍ଦ ଶବର, ପୂର୍ବତନ ସମିତି ସଭ୍ୟ ଗଜୀନ୍ଦ୍ର ଶବର, ମହଗାଁର ଗଣା ପଦୁଲୁଚନ ହରିଜନ, ଆଦିବାସୀ ମହିଳା ସଂଗଠନର ସଭାନେତ୍ରୀ ତନଦେଇ ଶବର, ଉପସଭାନେତ୍ରୀ ଭୂମୀସୂତା ଶବର, ସଂପାଦିକା ନିଳାବତୀ ଶବର, ମହଗାଁର ଚମରୁ ଶବର, ଜୟଦେବ ଶବର, ଡମ୍ବରୁଧର ଶବର, ଲଛମନ ଶବର, ବୈଷ୍ଣବ ଶବର, ଭାସ ଶବର, ଗୁରୁଦେବ ଶବର, ଧନୁର୍ଯ୍ୟ ଶବରଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ଶବର ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତଥିବା ସମସ୍ତେ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବାସହ ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଦାବି ଉପସ୍ଥାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.