ବାଇକକୁ ଧକ୍କା ଦେଲା ପିକ ଅପ ଭ୍ୟାନ: ତେଲ ନଦୀ ବ୍ରିଜ ତଳେ ପଡିଲେ ୨ ଯୁବକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଏନଏଚ ୫୭ ସୋନପୁର- ମନମୁଣ୍ଡା ତେଲ ବ୍ରିଜ ଉପରେ ଏକ ବାଇକ୍ କୁ ପିକଅପ ଭ୍ୟାନ୍ ଧକ୍କା ଦେବାରୁ ତିନି ଜଣ ବାଇକ୍ ଆରୋହୀଙ୍କ ମଧ୍ୟରୁ ପଛରେ ବସି ଥିବା ଦୁଇ ଜଣ ଯୁବକ ଛିଟିକି ପଡ଼ି ଫିଲ୍ମ ଷ୍ଟାଇଲରେ ବ୍ରିଜ ତଳକୁ ନଦୀ ପାଣିରେ ପଡିଥିଲା ବେଳେ ବ୍ରିଜ ଉପରେ ପଡ଼ିଥିବା ବାଇକ୍ ଚାଳକଙ୍କ ଗୋଡ ଭାଙ୍ଗି ଗୁରୁତର ଆହତ ହୋଇ ସୋନପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବ୍ରିଜରୁ ନଦୀ ଭିତରେ ପଡ଼ିଥିବା ଦୁଇ ଜଣ ଯୁବକ ବିପଦ ମୁକ୍ତ ଥିବା ଏଵଂ ତାଙ୍କୁ ଡଙ୍ଗା ସହାୟତା ରେ ସୋନପୁର ଦମକଳ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର୍ କରିଥିବା ଜଣାଯାଇଛି। ତେଲ ବ୍ରିଜରେ ଲାଇଟ୍ ର ବ୍ୟବସ୍ତା ନ ଥିବାରୁ ଏଵଂ ପୁରା ଅନ୍ଧାର ରହୁଥିବା କାରଣରୁ ପ୍ରାୟ ଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣା ହେଉଥିବା ଜଣାପଡ଼ିଛି। ଏଥିପାଇଁ ଜନସାଧାରଣ ଏନଏଚ୍ ବିଭାଗ ଓ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଥିଲେ। ବାଇକ୍ ଆରୋହୀ ଦୁଇ ଜଣ ମନମୁଣ୍ଡା ନିକଟସ୍ଥ ଦମାମୁଣ୍ଡା ଗାଁ ର ସତ୍ୟ ସଲ୍ମା ଓ ଅଶୋକ ରାଜହଂସ ବୋଲି ଜଣା ପଡିଥିବା ବେଳେ ଅନ୍ୟ ଯୁବକର ପରିଚୟ ଜଣାପଡିନାହିଁ। ଏ ଘଟଣାରେ ଆଜି ବ୍ରିଜରେ ପ୍ରବଳ ଲୋକଙ୍କ ଭିଡ ଥିବା ଦେଖାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.