ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ କୌଶଳ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ସମୁଦାୟ ୧୧୪ ଜଣ ପ୍ରଥମ ବର୍ଷ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏହି ଶିବିର ଅଧ୍ୟକ୍ଷା ସୁଶ୍ରୀ ସ୍ଵପ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସୁମନ୍ତ କୁମାର ମିଶ୍ର, ନାରାୟଣ ନାୟକ, ମାଧବୀ କର୍ମୀ ଓ ଚୁମକି ନାୟକ ନାୟକ ଉପସ୍ଥିତ ଥିଲେ। ଶିବିରର ତୃତୀୟ ଦିନରେ ନୋଡାଲ ଅଫିସର ଭାବେ ବିଜୁ ପଟ୍ଟନାୟକ ମହିଳା ବିଦ୍ୟାଳୟର ଅଧ୍ୟାପକ ମଧୁସୂଦନ ପୁଝାରୀଙ୍କ ଉପସ୍ଥିତିରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ଶିକ୍ଷକ ଅଙ୍କିତା କୁଅଁର ଓ ଶୁଭଶ୍ରୀ ଦାସଙ୍କ ଉପସ୍ଥିତିରେ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ବେଳେ କଲେଜର ଶ୍ରବଣ କୁମାର ମିଶ୍ର, ସୁରୁବାବୁ ସେଠି ଓ ପିଣ୍ଟୁ ମେହେର ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.