ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସ୍ୱାଧୀନତାରେ ସହଯୋଗ କରିଥିବା ସମସ୍ତ ସଂଗ୍ରାମୀଙ୍କୁ ମନେ ପକାଇଥିଲେ। ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ମନେ ପକାଇବା ସହିତ ଭରତର ଗର୍ବ ବୋଲି କହିଥିଲେ। ଆୟୋଜିତ ଉତ୍ସବରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ବିଭାଗ ତରଫରୁ ୨୭ ଗୋଟି ମିଳିତ ପ୍ୟାରେଟରେ ଅଭିବାଦନ ଗ୍ରହଣ କରିବା ସହିତ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ୪ଟି ଵିଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ମଞ୍ଚରେ ମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ଜି. ଆର ରାଘବେନ୍ଦ୍ର ଉପସ୍ଥିତ ଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଉପାଧକ୍ଷା ଦୀପିକା ଦୀପ, ସିଆରପିଏଫ କାମାଣ୍ଡେଣ୍ଟ ଏଲବଟ ଜୋସେଫ, ଏସ. ଡି. ପି. ଓ ସଞ୍ଜୟ ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରାତପ ସିଂ ମାଝୀ, ଏନ. ଏ. ସି ଅଧକ୍ଷ ମହମ୍ମଦ ଆଦମ, ଏନ. ଏ. ସି ଉପାଧ୍ୟାକ୍ଷା ପ୍ରତିନିଧି ହରିଶ ଚନ୍ଦ୍ର ପଣ୍ଡା, ବିଜେଡି ଜିଲ୍ଲା ସାଧାରଣ ସାମ୍ପଦକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.