କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ସଭାପତି ହରିହର କୁମାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାଧାରଣ ନିର୍ବାଚନ ପୂର୍ବରୁ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପାଇଁ ଏକ ବଡ଼ ଝଟକା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୁରୁଖା କଂଗ୍ରେସ ନେତା ବ୍ଲକର ପୂବର୍ତନ ସଭାପତି ତଥା ଜିଲ୍ଲା ଏସସି ସେଲ ସଭାପତି ହରିହର କୁମାର ଆଜି କଂଗ୍ରେସ ଦଳର ପ୍ରାଥମିକତା ପଦବିରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଶ୍ରୀ କୁମାର ଦୀର୍ଘ ୨୨ ବର୍ଷଧରି କଂଗ୍ରେସ ଦଳର ବିଭିନ୍ନ ପଦପଦବିରେ ରହି ଦଳପାଇଁ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ। ତେବେ ସେ ତାଙ୍କ ବ୍ୟକ୍ତିଗତ କାରଣରୁ କଂଗ୍ରେସ ଦଳରୁ ଇସ୍ତାପା ଦେଇଥିବା କହିଛନ୍ତି। ସେ ଜଣେ ବ୍ଲକ ତଥା ଜିଲ୍ଲାରେ ଟାଣୁଆ ନେତା ଭାବେ ପରିଚିତ। ତେବେ ଶ୍ରୀ କୁମାର କଂଗ୍ରେସ ଦଳ ଛାଡ଼ିବା ପରେ କେଉଁ ଦଳରେ ଯୋଗ ଦେବାକୁ ପ୍ରସ୍ତୁତ ଦେଉଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.