ପଞ୍ଚାୟତ ସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଂଚାୟତ ର ସଭାଗୃହ ଠାରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଆୟୋଜନ ପାଇଁ ଶୁକ୍ରବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପଣ୍ଡିଗାଁ ସରପଞ୍ଚ କବିତା ଜେନ ଅଧ୍ୟକ୍ଷତା କରୁଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ଜି ଆର ଏସ ପ୍ରତାପ କୁମାର ପଣ୍ଡା, ନାଏବ ସରପଞ୍ଚ ହେମଲତା ନାଏକ, ସରପଞ୍ଚ ପ୍ରତିନିଧି ସୁଶିଲ କୁମାର ଜେନ, ଆଇନଜିବୀ ସୁଶିଲ କୁମାର ରାଉତ, ଯୋଗାଣ ସହାୟକ ରମେଶ ଚନ୍ଦ୍ର ବାଗ, ସମସ୍ତ ୱାର୍ଡ଼ ମେମ୍ବର, ଏମ୍ ବି କେ, ସି ଆର ପି, ମିଶନ ଶକ୍ତି ମହିଳା ସମେତ ଅଞ୍ଚଳର ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ। ଆସନ୍ତା ଫେବୃୟାରୀ ମାସ ଏକ ତାରିଖରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ପଣ୍ଡିଗାଁ ପଂଚାୟତ ଠାରେ ଅନୁଷ୍ଠିତ ହେବ ତେଣୁ ସଫଳ ଭାବରେ କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ହେଲେ ଅଞ୍ଚଳର ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ମତ ପ୍ରକାଶ କରିଥିଲେ। ଉପସ୍ଥିତ ସମସ୍ତଙ୍କ ମତାମତ ନିଆଯାଇ କାର୍ଯକ୍ରମ କିପରି ସଫଳ ହେବ ସେ ବିଷୟରେ ଆଲୋଚନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କାର୍ଯକ୍ରମ ର ଦାୟିତ୍ଵ ବଣ୍ଟନ କରାଯାଇଥିଲା। ପରିଶେଷରେ କାର୍ଯକ୍ରମ ପାଇଁ ନିର୍ଦ୍ଧାରିତ ବଜାର ପଡ଼ିଆ ପରିଦର୍ଶନ କରାଯାଇ ସ୍ଥାନ ପ୍ରସ୍ତୁତି ୨/୩ ଦିନ ମଧ୍ୟରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.