ଜୁନାଗଡ,୧୫/୬ : ବିଶ୍ବ ରକ୍ତଦାତା ଦିବସ ଅବସରରେ ଜୁନାଗଡ଼ ମାରୱାଡି ଯୁବ ମଞ୍ଚ ଓ ମାରୱାଡି ମହିଳା ସମିତି ପକ୍ଷରୁ ଅଗ୍ରସେନ ଭବନ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହାସହ ଜୁନାଗଡ଼ ମାଇ ଗ୍ରୀନ ଅାର୍ଥ ଗୃପ ପକ୍ଷରୁ ରକ୍ତ ଦାତା ମାନଙ୍କୁ ଚାରା ଗଛ ପ୍ରଦାନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ପୁରୁଷ ଓ ମହିଳା ମିଶି ୬୯ ଜଣ ରକ୍ତଦାନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୁନାଗଡ଼ ଭାରପ୍ରପ୍ତ ଗୋଷ୍ଟି ସୁସତ୍ତା କେନ୍ଦ୍ର ଅଧିକାରୀ ଡକ୍ଟର ଭଗବାନ ପଣ୍ଡା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ପୂଝରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇