ସୁବର୍ଣ୍ଣପୁର ପ୍ରଥମ ଲୋକକଳା ଦିବସ

ସୋନପୁର,୧୫/୬ : ବର୍ତ୍ତମାନ ପରିସ୍ଥିତିରେ ଲୋକବାଦ୍ୟ ଓ ଲୋକକଳା ପ୍ରାୟତଃ ଲୁପ୍ତ ଅବସ୍ଥାରେ ଉପନିତ । ତେଣୁ ଆଗାମୀ ଦିନରେ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ଅବଲୁପ୍ତ ପ୍ରାୟ ଲୁକ୍କାୟିତ ଲୋକକଳାକୁ ବଞ୍ଚାଇବାକୁ ସବୁ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ଆଜି ସୁବର୍ଣ୍ଣପୁରରେ ଅନୁଷ୍ଠିତ ପ୍ରଥମ ଲୋକକଳା ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ କଳା ଓ କଳାକାର ମାନଙ୍କର କେବେ ବି ମୃତ୍ୟୁ ହୋଇ ନଥାଏ ବୋଲି ମତ ପ୍ରକାଶ କରିଥିଲେ । ଆରମ୍ଭରେ ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ସାଂସ୍କୃତିକ ସଙ୍ଗଠନ ପଏଁରୀ ତଥା ଲୋକକଳା ଗବେଷକ ଚୌଧୁରୀ ବିଭାର, ଜିଲା କଳା ସଂସ୍କୃତି ପରିଷଦର ଉପ ସଭାପତି ମାନଭଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କବି ସ୍ୱପ୍ନେଶ୍ୱର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ନୁର୍ ବେଗମ୍, ବୀରମହାରାଜପୁର ବ୍ଲକ ଉପ ସଭାପତି ରାମକୃଷ୍ଣ ହୋତା ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାର ଶହେ ଜଣ କଳାକାରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଦୁଃଖିଶ୍ୟାମ ସେଠ, ସଞ୍ଜୟ ବାରିକ,
ତରୁନନ୍ଦନ ସାହୁ, ରବୀନ୍ଦ୍ର ଛତ୍ରିଆ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲାର ସମସ୍ତ ବ୍ଲକ ଅଞ୍ଚଳରୁ ଶତାଧିକ କଳାକାର ଯୋଗ ଦେଇଥିଲେ ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.