ନୂଆପଡା,୧୫/୬ : ନୂଆପଡା ଜିଲ୍ଲା ଯୋଗ ସମିତି ଆନୁକୂଲ୍ୟରେ ଆସନ୍ତା ଜୁନ ୨୧ ରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ସଦର ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ହରିପୁର ଗୁରୁକୁଳର ଶ୍ରୀ ସୁଦର୍ଶନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ପ୍ରସନ୍ନ କୁମାର ପାଢ଼ୀଙ୍କୁ ସମିତିର ସଭାପତି ରୂପେ ମନୋନୀତ କରାଗଲା । ବୈଠକରେ ସୁରେଶ ଅଗ୍ରୱାଲ, ହୋମସିଂ ମାଝୀ, ଅଭିନନ୍ଦନ ପଣ୍ଡା, ତୁଲସ ପଟେଲ, ହେମନ୍ତ କୁମାର ଦଣ୍ଡସେନା, ପ୍ରବୋଧ ହୋତା, ସୁରେନ୍ଦ୍ର ପଣ୍ଡା, ସୁଶାନ୍ତ ପତି, ମୁରଲୀ ସୁନା, ମନିଜର ଆର୍ଯ୍ୟ, ମୃତ୍ୟୁଞ୍ଜୟ ପଣ୍ଡା, ତପସ୍ୱିନୀ ପଣ୍ଡା, ରାମେଶ୍ୱର ମୁଣ୍ଡ, ଜ୍ଞାନ ପ୍ରକାଶ ସିଂ, ସଂଜୀବ ସାହୁ, ଶରତ ପଣ୍ଡା ତଥା ସହର ର ବରିଷ୍ଠ ବ୍ୟକ୍ତି ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ବିଭିନ୍ନ ଦାଇତ୍ୱ କିଭଳି ଭାବରେ କିଏ ପରିଚାଳନା କରିବେ ତାହାକୁ ନେଇ ବୈଠକ ରେ ଆଲୋଚନା କରାଯାଇ ଥିଲା ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇