କାଦୋମେରୀ ଓ ଆମାନାରା ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କାଦୋମେରୀ ଓ ଆମାନାରା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ କାଦୋମେରୀ ପିଇଓ ଡିକେନ୍ଦ୍ର ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, କାଦୋମେରୀ ସରପଞ୍ଚ କିଶୋର ଚନ୍ଦ୍ର ବାରିକ, ସମିତି ସଭ୍ୟ ନିରୋଜ ଶବର, ନାଏକ ସରପଞ୍ଚ ସମୁଦ ବାଇ ସାହୁ,ୱାର୍ଡ ମେମ୍ବର ବନିତା ପ୍ରଧାନ, ଅବଜର୍ଭର ପବିତ୍ର ମୋହନ ସାହୁ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | କାଦୋମେରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା | ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା | କାଦୋମେରୀ ଜିଆରଏସ ବିହାରୀ ସିଂ ମାଝୀ, ଦର୍ଲିମୁଣ୍ଡା ପିଇଓ କମଲ କିଶୋର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | ସେହିପରି ଆମାନାରା ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ପିଇଓ ରେବାରାମ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ଉମା ଠାକୁର, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସ୍ଥାନୀୟ ସରପଞ୍ଚ ଗଂଗେଶ୍ବରୀ ସିନ୍ହା, ସମିତି ସଭ୍ୟା ନୂତନ ନାୟକ, ନାୟକ ସରପଞ୍ଚ ସେରସିଂ ଠାକୁର ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ସମାଜସେବୀ ଦିଲୀପ ସିନ୍ହା, ହୀରା ନାୟକ, ଆମାନାରା ଜିଆଇଏସ ଦେଓ ଲଖନ ମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ | ସରକାର ଙ୍କ ପେନସନ ବିଭାଗର ପଦ୍ମନ ମାଝୀ, ଯୋଗାଣ ବିଭାଗ ଏମ. ଆଇ ଅରୁଣ ତାଣ୍ଡି, ସ୍ଥାନୀୟ ଆର. ଆଇ ମଧୁମିତା ପାଢ଼ୀ, ଆମାନାରା ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସୁପରଭାଇଜର, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଆଶା ଏବଂ ହର୍ଟିକଲଚର ବିଭାଗ ର ଷ୍ଟଲ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମରେ ସଚେତନତ କରାଯଇଥିଲା | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.