ଖତଖାଉଛି LPG ବିମାକାର୍ଡ, ଗ୍ରାହକ ମହଲରେ ଅସନ୍ତୋଷ

କୋକସରା,୧୭/୬ : କେନ୍ଦ୍ର ସରକାରଙ୍କ ଦ୍ୱାରା ଉଜ୍ଜ୍ୱଲା ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରୋଖା ତଳେ ଥିବା ଗୃହିଣିମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି । ତା’ ସହିତ ସରକାର ହିତାଧିକାରୀଙ୍କ ପ୍ରତି ଯତ୍ନବାନ୍ ହୋଇ ପଞ୍ଜିକୃତ ଗ୍ରାହାକମାନଙ୍କ ପାଇଁ ଏଲପିଜି ଦୁର୍ଘଟଣା ବୀମା ପଲିସି ମଧ୍ୟ କରିଛନ୍ତି । ଦୁର୍ଭାଗ୍ୟ ବସତଃ ଯଦି କୌଣସି ଏଲପିଜି ସମ୍ବନ୍ଧିତ ଦୁର୍ଘଟଣା ଘଟେ ତେବେ ଏହି ବିମାକାର୍ଡ ମାଧ୍ୟମରେ ଦୁର୍ଘଟଣା ଜନିତ ବୀମାରାଶି ଓ ଆବଶ୍ୟକୀୟ ଔପଚାରିକତା ସମ୍ପୂର୍ଣ୍ଣ କରିବାରେ ସମସ୍ତ ସହାୟତ ପ୍ରଦାନ କରାଯାଇଥାଏ । କିନ୍ତୁ ଏହି ଏଲପିଜି ବିମାକାର୍ଡ ବଣ୍ଟା ନଯାଇ ଏଣେତେଣେ ଫିଙ୍ଗିବା ସହ ଜୈନେକ ବ୍ୟକ୍ତିଙ୍କ ଘରେ ଦିର୍ଘଦିନ ହେବ ପଡିରହିଥିବା ଭଲି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଂଚଲରେ ସାମ୍ନାକୁ ଆସିଛି ।

ଦୁର୍ଭାଗ୍ୟର ବିଷୟ ଏଭଲି ଜନହିତକର ଯୋଜନାରେ ଏଲପିଜି ଗ୍ରାହାକ ମାନଙ୍କ ପାଇଁ ଆସିଥିବା ବିମାକାର୍ଡ ଏବେ ସେମାନଙ୍କୁ ପ୍ରଦାନ କରାଯାଇ ନଥିବା ବେଳେ କାଉଡୋଲା ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରେ ଦିର୍ଘ ୫ମାସରୁ ଉର୍ଦ୍ଧ ହେବ ଏକାଧିକ ହିତାଧିକାରୀଙ୍କ ବିମାକାର୍ଡ ପଡିରହିଥିବା ଦେଖିବାକୁ ମିଲିଛି । କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଏଲପିଜି ଗ୍ରାହାକମାନଙ୍କୁ ଏହି ବିମାକାର୍ଡ ମିଲିପାରିନଥିବା ବେଳେ ବିମାକାର୍ଡ ବିଷୟରେ ଗ୍ରାହାକମାନେ ଅବଗତ ନଥିବାରୁ ବିଭିନ୍ନ ସମୟରେ ଗ୍ୟାସ୍ ଦୁର୍ଘଟଣା ଘଟିଲେ ମଧ୍ୟ କୌଣସି ସହାୟତା ପାଇପାରୁ ନାହାଁନ୍ତି ।

ଗ୍ୟାସ୍ ବିତରକ କର୍ମଚାରି ମାନଙ୍କ ଅବହେଲା ଓ ବେପରୁଆ ମନୋଭାବ ଯୋଗୁଁ ଲୋକେ ବିମାକାର୍ଡ ପାଇପାରୁନଥିବା ବେଳେ ବିମାକାର୍ଡ ଏବେ ପଡିରହି ଖତଖାଉଛି । ଯାହାକୁ ନେଇ ଜନ ସାଧାରଣରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଧର୍ମଗଡ ସହକାରୀ ଯୋଗାଣ ନିରୀକ୍ଷକ ପ୍ରଫୁଲ ଦାସଙ୍କ ମତାମତ ନେବାରୁ ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ ଆଉ ଏଥିରେ ଆମର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ । ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଜନ ସାଧାରଣରେ ଦାବି ହେଉଛି ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.