ଜୁନାଗଡ଼,୧୭/୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ସାହୁପଡ଼ା (୧୨ ନମ୍ବର ୱାର୍ଡ)ର ସନ୍ତୋଷ ସାହୁଙ୍କ ପୁଅ ସୁବ୍ରତ ସାହୁ (୨୩ ) ନିଜ ଘରେ ବେକରେ ଲୁଙ୍ଗି ଲଗେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦେବାପରେ ଏଏସଆଇ ପଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି । ତେବେ ଆତ୍ମହତ୍ୟା କାରଣ ଏ ପର୍ଯନ୍ତ ଜଣା ପଡି ନାହିଁ ।