ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଯୁବତୀ ମାନଙ୍କୁ ଆତ୍ମ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର ପ୍ରତି ଶିକ୍ଷାନୁଷ୍ଠାନରେ ତାଲିମ ପ୍ରଦାନ କରୁଛନ୍ତି। ଏହାଦ୍ବାରା ଯୁବତୀ ମାନେ ନିଜକୁ ସୁରକ୍ଷିତ ରଖିବା ସହ ସେମାନଙ୍କର ଆତ୍ମଶକ୍ତିର ବିକାଶ ହେଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବତୀମାନଙ୍କ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଆତ୍ମ ସୁରକ୍ଷା ତାଲିମ ଯୁବତୀ ମାନଙ୍କ ପାଇଁ ବରଦାନ ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ, ଅଧ୍ୟାପିକା ମୋନାଳିସା ଶତପଥି ଓ ପ୍ରଶିଶିକ୍ଷା ଭାବରେ ତପସ୍ୱିନୀ ମାଝୀ ଯୋଗଦେଇ ଏକାଦଶ ଶ୍ରେଣୀର ୬୩ ଜଣ ଯୁବତୀକୁ ତାଲିମ ଦେଇଥିଲେ। ଖେଳ ଶିକ୍ଷକ ସରୋଜ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.