କଳାହାଣ୍ଡି,୧୭/୬ : ଝଡ଼ ପବନରେ ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀସ୍ଥିତ ସୈନିକ ସ୍କୁଲର ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡ଼ିଯାଇଛି । ସୂଚନା ମୂତାବକ ଜୋରରେ ପବନ ବହିବା ଫଳରେ ମୋହନଗିରୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାସ୍ତା ଉପରେ ଗଛ ପଡ଼ିଯିବାରୁ କିଛି ଘଂଟାଧର ରାସ୍ତା ଅବରୋଧ ହେଇଯାଇଥିଲା । କିଛି ପରିବାର ଏହି କ୍ଷତିର ଶିକାର ହେଇଥିବାବେଳେ ମୋହନଗିରିସ୍ତିତ ସୈନିକ ସ୍କୁଲର କାର୍ଯ୍ୟାଳୟର ଆଜବେଷ୍ଟ ଛପର ସଂପୂର୍ଣ୍ଣ ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଛପର ଉଡ଼ିଯିବା ଫଳରେ କାର୍ଯ୍ୟାଳୟରେ ଥିବା ଚଉକୀ,ଟେବୁଲ ସମେତ ଅନ୍ୟାନ୍ୟ ସାମଗ୍ରୀ ସବୁ ଭାଙ୍ଗିଯାଇଥିବା ପ୍ରକାଶ କରିଛନ୍ତି ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ । ମୋହନଗିରି ଅଂଚଳରେ ହେଇଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ କ୍ଷତି ପୂରଣ ଯୋଗାଇତେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।