‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ; କେଉଁଠି ସଫଳ କେଉଁଠି ବିରୋଧ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ନେଇ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା ଅଭିଯାନର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଚାଲୁଅଛି। ଯେଉଁଥିରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ, ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା କ୍ଷେତ୍ରରେ, ଐତିହ୍ୟ ଏବଂ ସୁଗମ ପରିବହନର ବ୍ୟବସ୍ଥା ଭଳି ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯାହାକୁ ନେଇ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇସାରିଥିବା ବେଳେ ଶୁକ୍ରବାର ବ୍ଲକର ବାଗଡିଆଣି ପଞ୍ଚାୟତରେ ମଧ୍ୟ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି।

Udyog Nursery
Udyogi Nursery

ବାଗଡିଆଣି ସରପଞ୍ଚ ସୂର୍ଯ୍ୟମଣୀ ମାଝୀଙ୍କ ଅଧ୍ୟକ୍ଷତାରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ମାଝୀ, ଥୁଆମୂଳ ରାମପୁର ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ପୁର୍ବତନ ବାଗଡିଆଣି ସରପଞ୍ଚ ସରୋଜିନୀ ମାଝୀ, ସ୍ଥାନୀୟ ସମିତି ସଭ୍ୟ ଘାସିରାମ ମାଝୀ, ସ୍ଥାନୀୟ ନାଏବ ସରପଞ୍ଚ ମଞ୍ଜୁରୀ ଲତା ପାଣିଗ୍ରାହୀ ଏବଂ ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ଉପସ୍ଥିତ ଥିଲେ।ଅତିଥି ମାନଙ୍କ ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତ ବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ହେଲେ ଗୁରୁବାର ବିରିକୋଟ ପଞ୍ଚାୟତରେ ଆୟୋଜିତ ହୋଇଥିବା ପଞ୍ଚାୟତ ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା।

ସରପଞ୍ଚ ଜୟନ୍ତୀ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଧ୍ରୂବ ଚରଣ ମୁଦୁଲି, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ଏବଂ ମୁଖ୍ୟ ବକ୍ତା ଭାବେ ମାଣିକ୍ୟ ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ। ହେଲେ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସ୍ଥାନୀୟ ଲୋକେ ଏହି କାର୍ଯ୍ୟକ୍ରମକୁ ବିରୋଧ ପ୍ରଦର୍ଶନ କରିଥିଲେ। ସରକାର ପଞ୍ଚାୟତକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ ରହିଥିବା ଅଭିଯୋଗ ଆଣି ଏଭଳି ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ମଞ୍ଚ ଉପରୁ ବ୍ୟାନର ଚିରିଥିବା ବେଳେ ଚୌକି ଗୁଡିକୁ ଫୋପାଡିଥିବା ଦେଖିବାକୁ ମିଳିଥିଲା। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିଥି ମାନେ କାର୍ଯ୍ୟକ୍ରମ ଛାଡି ଚାଲି ଆସିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.