ବସୁ ପ୍ରହରାଜଙ୍କ ୩୩୦ତମ ଜୟନ୍ତୀ ସହ ସଂସ୍କୃତ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିରେ ଅବସ୍ଥିତ ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମୋଚିରାମ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି ଅନୁଷ୍ଠାନର ୯ମ ବାର୍ଷିକ ଉତ୍ସବ ଓ ବସୁ ପ୍ରହରାଜଙ୍କ ୩୩୦ତମ ଜୟନ୍ତୀ| ଏହି ବିଦ୍ୟାଳୟ ଯାହାଙ୍କ ନାମରେ ହୋଇଛି ସେ ଜଣେ ବିଦ୍ୱାନ ପଣ୍ଡିତ, ସାଧକ, ଏବଂ ରାଘବ ଯାଦବ କାବ୍ୟ ରଚନା କରିଛନ୍ତି, ଯାହାକି ଗୋଟିଏ ଶ୍ଳୋକ ପ୍ରଭୁ ରାମଚନ୍ଦ୍ର ଓ କୃଷ୍ଣ ଙ୍କୁ ଗୋଟିଏ ଅର୍ଥ ରେ ବୁଝାଉଛି | ଯାହାର ଓଡ଼ିଆ ଅନୁବାଦ ଏପର୍ଯ୍ୟନ୍ତ କିଏ ଲେଖି ପାରିନାହାନ୍ତି | ତା ସହିତ ସେ ମଧ୍ୟ ଗୋଟିଏ ସଂସ୍କୃତ ବ୍ୟାକରଣ ଲେଖିଛନ୍ତି ଯାହାର ନାମ ବସୁ ପ୍ରକ୍ରିୟା ରହିଛି, ଯାହାକି ଉତ୍ତର ଭାରତ ର ବନାରସ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ରେ ପଢା ଯାଉଛି | ସାରା ଭାରତ ରେ ପାଣିନୀୟ ଙ୍କ ବ୍ୟାକରଣ ପଢ଼ା ଯାଉଥିଲା ବେଳେ, ବସୁ ପ୍ରହରାଜ ଙ୍କ ଲିଖିତ ବସୁ ପ୍ରକ୍ରିୟା କେବଳ ହିନ୍ଦୁ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ରେ | ଖାଲି ସେତିକି ନୁହଁ ଦକ୍ଷ ଯଜ୍ଞ ରେ ଅର୍ଦ୍ଧ ଦଗ୍ଧ ଶବକୁ ଧରି ଉଦଣ୍ଡ ନୃତ୍ୟ କରୁଥିବା ଶିବ ଙ୍କ ଉଦଣ୍ଡ ନୃତ୍ୟ ରେ ପୃଥିବୀକୁ ରକ୍ଷା ପାଇଁ ବିଷ୍ଣୁ ସେହି ଶବକୁ ଖଣ୍ଡ ବିଖଣ୍ଡିତ କରିଥିଲେ | ସେହି ଖଣ୍ଡରୁ ମୁଖ୍ୟ ୪ର୍ଥ ଖଣ୍ଡ କରିଥିବା ସ୍ତନ ଖଣ୍ଡ ଯାହାକି ଦକ୍ଷିଣ ଓଡିଶାର ଅଧିଷ୍ଠିତ ଦେବୀ ମାଆ ତାରା ତାରିଣୀ ଙ୍କ ପାଳିତ ପିତା ରୂପେ ମଧ୍ୟ ବସୁ ପ୍ରହରାଜ ପରିଚିତ | ମୁଖ୍ୟ ଅତିଥି ଭାବେ ବସୁ ପ୍ରହରାଜଙ୍କ ଗ୍ରାମ ବଡ଼ ଖରିଡ଼ା ଶାସନ ଗ୍ରାମର ରିଟା ଇଡ଼ କୃଷି ଅଧିକାରୀ ନଳିନୀ କାନ୍ତ ମିଶ୍ର, ଏବଂ ସାମ୍ନାନୀତ ଅତିଥି ଭାବେ ଏହି ବିଦ୍ୟାଳୟ ର ପୃଷ୍ଟ ପୋଷାକ ଏବଂ ହିନ୍ଦୀ ଭବନ ର ଅଧକ୍ଷ ପ୍ରଫୁଲ କୁମାର ରଥ, ଓ ଅନୁଷ୍ଠାନ ର ସଭାପତି ତଥା ପ୍ରାକ୍ତନ ଏନଏସି ଅଧକ୍ଷ ବାସୁଦେବ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ, ଏ ରାଜ ଗୋପାଳ ରାଓ, ମୁଖ୍ୟବକ୍ତା ଭାବେ ଭୀମପୁର ସଂସ୍କୃତ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ପଣ୍ଡିତ ଲଡ଼ୁ କିଶୋର ସାହୁ, ସଭାନେତ୍ରୀ ମୀରା ପ୍ରଧାନ ମଞ୍ଚାସିନ ଥିଲେ | ଏହିମଞ୍ଚାସିନ ଅତିଥି ମାନେ ବସୁ ପ୍ରହରାଜ ଙ୍କ ବିଷୟରେ ଆଲୋକ ପାତ କରିବା ସହ ଏହି ବିଦ୍ୟାଳୟ ନିକଟରେ ୫ଟି ରୂପେ ରୂପାନ୍ତରିତ ହୋଇ ଥିଲା ବେଳେ ୭ଜଣ ଶିକ୍ଷକ ଙ୍କ ମଧ୍ୟରୁ ୫ଜଣ ଅବସର ନେଇଗଲେଣି ତେଣୁ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ୫ଟି ଅଧକ୍ଷ, ଓ ଶିକ୍ଷା ବିଭାଗ ସଚିବ, ଶିକ୍ଷା ମନ୍ତ୍ରୀ ଏହି ଅନୁଷ୍ଠାନ ପ୍ରତି ଟିକେ ଦୟା କରି କିଛି ଶିକ୍ଷକ ନିୟୋଜିତ କରିବାକୁ ଅତିଥି ମାନେ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସହକାରୀ ପଣ୍ଡିତ ଦୀନବନ୍ଧୁ ଦାଶ, ଅରୁଣ କୁମାର ପାଢ଼ୀ, ଶିବାଶିଷ ପଣ୍ଡା ଓ ପ୍ରତିଭା ଦାଶ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.